ଆକାଶବାଣୀ ଡାଇରେକ୍ଟର ଜେନେରାଲଙ୍କୁ ସମ୍ବଲପୁର ଏଫ.ଏମ. ର କ୍ଷମତା ବୃଦ୍ଧି ପାଇଁ ଦାବିପତ୍ର

ସମ୍ବଲପୁର:ଆକାଶବାଣୀ ସମ୍ବଲପୁର ଏକ ଭାରତ ର ସର୍ବ ପୁରାତନ କେନ୍ଦ୍ର l ପଶ୍ଚିମ ଓଡିଶା ତଥା ସମ୍ବଲପୁର ଜିଲ୍ଲା ଏକ ସଂସ୍କୃତି ସମ୍ପନ୍ନ ଅଂଚଳ ହୋଇଥିବା ବେଳେ, ଆକାଶବାଣୀ ସମ୍ବଲପୁର ପକ୍ଷରୁ ବିଗତ ଦିନରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ ଓ ପ୍ରସାରିତ କରାଯାଇ ଲୋକାଦୃତ ହେବା ସହ ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହୋଇ ଆସିଛି l ହେଲେ ଦିନକୁ ଦିନ ଶ୍ରୀହୀନ ହୋଇପଡୁଛି ଏହି ଆକାଶବାଣୀ କେନ୍ଦ୍ର l ମୁଖ୍ୟ କେନ୍ଦ୍ର ସହ ଏଫ. ଏମ. କେନ୍ଦ୍ର ର ଆରମ୍ଭ ହୋଇଥିଲା ରେଡ଼ିଓ ମହାନଦୀ ନାମ ରେ, ଏହି ଏଫ. ଏମ. ଟ୍ରାନ୍ସମିଟର ର କ୍ଷମତା ଥିଲା ୧୦ କିଲୋୱାଟ ହେଲେ ଅନେକ ଦୋଷ ତ୍ରୁଟି ଯୋଗୁଁ ତାହା ଆଜିର ଦିନରେ ଖସି ଆସି ୨୫୦ ୱାଟ ରେ ପହଂଚି ଯାଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ କହିଛି ସକ୍ଷମ l ଏହି କ୍ରମରେ ସକ୍ଷମ ପକ୍ଷରୁ ସୂର୍ଯ୍ୟ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ, ସରୋଜ ସାହୁ ଓ ଶ୍ରୀକାନ୍ତ ପାଣିଗ୍ରାହୀ ଆକାଶବାଣୀ ର ଡାଇରେକ୍ଟର ଜେନେରାଲ ଡ଼. ବସୁଧା ଗୁପ୍ତା ଙ୍କୁ ହୋଟେଲ ଡ଼ଲଫିନ ଠାରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ସକ୍ଷମ ର ପ୍ରତିନିଧି ମାନେ ଆହୁରି ମଧ୍ୟ୍ୟ ଦାବୀ ଜଣାଇଛନ୍ତି ଯେ, ଆଜିର ଦିନରେ ଏଫ.ଏମ. ରେଡ଼ିଓ ର ଯେପରି ଭାବରେ ଲୋକପ୍ରିୟତା ବଢୁଛି ସମ୍ବଲପୁର ଆକାଶବାଣୀ ଏଫ.ଏମ. ଟ୍ରାନ୍ସମିଟର ର ପ୍ରସାରଣ କ୍ଷମତା ୧୦ କିଲୋୱାଟ ରୁ ୨୦ କିଲୋୱାଟ କୁ ବୃଦ୍ଧି କରାଯିବା ସଙ୍ଗେ ସଙ୍ଗେ ଯେହେତୁ ଆଗାମୀ ଦିନରେ ଏ.ଏମ. ଟ୍ରାନ୍ସମିଶନ ମାନେ ପ୍ରସାର ଭାରତୀ ବନ୍ଦ କରିବାର ପ୍ରସ୍ତାବ ରଖୁଛି, ସେହି କାରଣରୁ ଅନ୍ୟ ବଡ଼ ବଡ଼ ସହର ଓ ଆକାଶବାଣୀ କେନ୍ଦ୍ର ମାନଙ୍କରେ ଯେମିତି ଅଧିକ ଏଫ. ଏମ. କେନ୍ଦ୍ର ପ୍ରତିଷ୍ଠା ହେଉଛି ସେତେବେଳେ ଆଉ ଏକ ୧୦ କିଲୋୱାଟ କ୍ଷମତା ସମ୍ପନ୍ନ ଏଫ.ଏମ. ଟ୍ରାନ୍ସମିଟର ପ୍ରତିଷ୍ଠା ର ଯୋଜନା ପ୍ରସ୍ତୁତ କରାଯିବାକୁ ସକ୍ଷମ ଦାବୀ ଜଣାଇଛି l
ସକ୍ଷମ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛି ଯେ, ଆକାଶବାଣୀ ଏଫ. ଏମ. ର ବ୍ୟବସାୟିକ ସଫଳତା ପାଇଁ ଆବଶ୍ୟକୀୟ ମାର୍କେଟିଙ୍ଗ ଅଧିକାରୀ ଙଙ୍କୁ ନିୟୋଜିତ କରାଯାଉ, ଯଦ୍ୱାରା ଆକାଶବାଣୀ ଏଫ. ଏମ. ସଫଳତା ପାଇବା ସହ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଲୋକପ୍ରିୟ ମଧ୍ୟ ହୋଇପାରିବ l