Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓବିସି ଙ୍କ ହକ ଓ ଅଧିକାର ଦାବି କରି ଆଜି ବ୍ରଜରାଜନଗର ରୁ ଜାଗରଣ ରଥଯାତ୍ରା

ଜମନକିରା : ଆସନ୍ତା କାଲି ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ସକାଳ ୭ ଟା ସମୟରୁ ବ୍ରଜରାଜନଗର ଚଣ୍ଡୀ ମନ୍ଦିର ଠାରୁ ଓବିସି ଜାଗରଣ ରଥର ପ୍ରଥମ ଚରଣ ର ଶୁଭାରମ୍ଭ ହେବ ବୋଲି ଓଡ଼ିଶା ଓବିସି ମଂଚର ମହାସଚିବ ସୁବାସ ଚନ୍ଦ୍ର ନାୟକ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।ଏହା ପ୍ରଥମ ଦୁଇ ଦିନ ସମଗ୍ର ଲାଖନପୁର ବ୍ଲକ ପରିକ୍ରମା ପରେ ଝାରସୁଗୁଡ଼ା ସହରରେ ଏକ ସଭା କରି ରାତ୍ରୀଯାପନ କରିବ। ପରେ କିର୍ମିରା, କୋଲାବିରା ବ୍ଲକର ବିଭିନ୍ନ ଅଞ୍ଚଳରେ ସମାବେଶରେ ଯୋଗ ଦେବା ପରେ ୩୦ ତାରିଖ ଓ ଡିସେମ୍ବର ୧ ତାରିଖ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ପଥପ୍ରାନ୍ତ ସଭା ଓ ସମାବେଶରେ ଯୋଗ ଦେବା ପରେ ପରବର୍ତ୍ତୀ ଦୁଇଦିନ ଦେବା ଗଡ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାର ଅବଶିଷ୍ଟ ଅଂଚଳ ପରିକ୍ରମା କରିବା ବୋଲି ସୂଚନା ଦିଆ ଯାଇଛି। ରଥ ପରିକ୍ରମା ବେଳେ ଓ ବି ସି ଙ୍କ ସ୍ବାର୍ଥ ସମ୍ବଳିତ ଦାବିପତ୍ରରେ ସ୍ୱାକ୍ଷର ସଂଗ୍ରହ କରାଯିବ ବୋଲି ଜଣାଯାଇଛି। ଏହିପରି ଭାବରେ ପ୍ରଥମ ଚରଣ ରଥ ଯାତ୍ରାରେ ପଶ୍ଚିମ ଓଡ଼ିଶାର ୧୧ ଟି ଜିଲା ପରିକ୍ରମା କରିବ ବୋଲି ଶ୍ରୀ ନାୟକଙ୍କ ପ୍ରକାଶ କରିଛନ୍ତି। ସେ ଓବିସି ଙ୍କ ସହ ଏସଟି,ଏସସି ଓ ପ୍ରଗତିଶୀଳ ଲୋକଙ୍କ ସହଯୋଗ କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ