Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଡରମା ରାସ୍ତା ମଝିରେ ହାତୀ, ଆତଙ୍କିତ ଯାତ୍ରୀ

ଜମନକିରା : ଜମନକିରା ବ୍ଲକ ବଡରମା ରେଞ୍ଜ ରାଜରାସ୍ତା ୫୩ ଚେପଟାଆମ୍ବ ଗାଁ ପାଖାପାଖି ରାସ୍ତାରେ ଆଜି ଗୋଟିଏ ମାଈ ହାତୀ ଚାଲି ଆସିଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ମାନେ ଆତଙ୍କିତ ହୋଇ ପଡ଼ିଥିଲେ। ବନ ବିଭାଗ ପକ୍ଷରୁ ହାତୀ ଘୋଉଡେଇବା ପ୍ରୟାସ କରାଯାଉଥିଲା। କିଛି ସମୟ ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।
ସୂଚନା ଯୋଗ୍ୟ ଯେ, ବଡରମା ବାନାଞ୍ଚଳ ପାଖାପାଖି ୪୨ ଟିକିଆ ହାତୀ ପଲ ବୁଲାବୁଲି କରୁଛନ୍ତି। ସେଥି ମଧ୍ୟରୁ ୩ ଟିକିଆ ହାତୀ ପଲ ଆଜି ଚେପଟାଆମ୍ବ ଗାଁ ରାସ୍ତା ପାଖା ପାଖି ବୁଲୁଥିବା ନେଇ ବନ ବିଭାଗ ଅଧିକାରୀ ସୂଚନା ପାଇଥିଲେ। ରେଞ୍ଜର ଗିରିଧାରୀ ପ୍ରଧାନଙ୍କ ନେତୃତ୍ୱରେ ବଡରମା ବନପାଳ ଶିଶିର ସାମଲ ଏବଂ ଅନ୍ୟାନ୍ୟ ବନ କର୍ମଚାରୀ ମିଶି ରାସ୍ତା ଉଭୟ ପାର୍ଶ୍ଵରେ ଯାତ୍ରୀ ମାନଙ୍କୁ ଶୃଙ୍ଖଳିତ କରିଥିଲେ। ଏହି ସମୟରେ ଜଣେ ଚାଷୀ ସାଇକେଲ ରେ ଧାନ ବୋଝେଇ କରି ରାସ୍ତା ପାରି ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ରାସ୍ତାରେ ଯିବା ପାଇଁ ବାରଣ କରିଥିଲେ। ମାତ୍ର ଲୋକ ଟି ଅଧିକାରୀଙ୍କ କଥା କୁ ଶୁଣି ନଥିଲା ଆଉ ରାସ୍ତାରେ ଚାଲି ଯାଇଥିଲା। ଫଳରେ ଧାନର ସୁଗନ୍ଧ ଜାଣି ରାସ୍ତାକୁ ଚାଲି ଆସିଥିଲା। ଲୋକଟି ସାଇକେଲ କୁ ଛାଡ଼ି ଦୌଡ଼ି ପଲେଇଥିଲା। ହାତୀ ଧାନ ଖାଇବାକୁ ରାସ୍ତା ମଝିକୁ ଚାଲି ଆସିଥିଲା ଓ ଧାନ ଖାଇ ପୁଣି ଚାଲିଯାଇଥିଲା। ଫଳରେ ୧୦/୧୨ ମିନିଟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ଗାଡ଼ି ଓ ଯାତ୍ରୀ ମାନେ ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ସୌଭାଗ୍ୟ ବଶତଃ ହାତୀଟି କାହାର କିଛି କ୍ଷତି କରିନଥିଲା। ତେବେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ଏବଂ ରାସ୍ତା ମଝିକୁ ନଆସନ୍ତୁ ସେଥିପ୍ରତି ଯତ୍ନଶୀଳ ହେବା ପାଇଁ ସାଧାରଣରେ ଦାବି ହେଉଛି।