Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଷ୍ଟ ସିଙ୍ଗର ଆଫ ଗଜପତି -ଅମୃତା ପୁରୋହିତ।

ବେଷ୍ଟ ଟେଲେଣ୍ଟ ଆଫ ଗଜପତି ସିଜନ(1) ଦ୍ୱାରା ଆୟୋଜିତ,ବେଷ୍ଟ ସିଙ୍ଗର ଆଫ ଗଜପତି ଆୱାର୍ଡ ପାଇଛନ୍ତି ଅମୃତା ପୁରୋହିତ। ଆମ ରାୟଗଡା ଜିଲ୍ଲା ର ଗୁଡାରି ଗ୍ରାମର ଅମିୟ ପୁରୋହିତ (ମୁନା)ଙ୍କ ଝିଅ ଅମୃତା ପୁରୋହିତ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।ଦଶ ହଜାର ଟଙ୍କା ଚେକ ସହ ଏକ ଟ୍ରଫି ଗ୍ରହଣ କରିଛନ୍ତି। ପାରଳାଖେମୁଣ୍ଡି ସହରର ରବିନଶନ ଷ୍ଟୁଡିଓ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ଥାନରୁ ପ୍ରାୟ ତିନିସହ ପ୍ରତିଯୋଗୀ ଯୋଗଦେଇଥିଲେ। ସମସ୍ତ ଙ୍କୁ ପଛରେ ପକାଇ ଆମ ଗୁଡାରି ଗ୍ରାମର ଟେକ ରଖିଛନ୍ତି ଅମୃତା ପୁରୋହିତ। ଆସନ୍ତୁ ଆମ ଗୁଡାରି ଅଞ୍ଚଳର ସମସ୍ତଙ୍କ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସୁଭାଶିର୍ବାଦ ପ୍ରଦାନ କରିବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ