Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦ ବର୍ଷ ହେଲା ବାଉଁଶ ବୁଦା ମୂଳେ ଅଙ୍ଗନବାଡ଼ି।

ହାଟଡିହି ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କର ଯନ୍ତ୍ର ଓ ସୁରକ୍ଷା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଛନ୍ତି । ଶିଶୁ ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଅଙ୍ଗନବାଡ଼ି ଖୋଲିଛନ୍ତି। ହେଲେ ସରକାରଙ୍କ ଏହି ଯୋଜନା ସତେ ଯେପରି ଫେଲ ମାରିଛି ହାଟଡିହି ବ୍ଳକରେ। ବ୍ଳକରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ମାତ୍ର ୧୩୯ଟି କେନ୍ଦ୍ରର ନିଜସ୍ୱ ଗୃହ ଥ‌ିବାବେଳେ ଅବଶିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ର ବାଉଁଶ ବୁଦା ମୂଳେ, ସ୍କୁଲ ବାରଣ୍ଡାରେ ତ ଆଉ କେଉଠି କର୍ମୀ କିମ୍ବା ହେଲପରଙ୍କ ଘରେ ଚାଲୁଛି।
ବିପଦକୁ ବରଣ କରି ପଢୁଛନ୍ତି ପିଲା
*ଘରେ ରୋଷେଇ କରି ଦେଉଛନ୍ତି ହେଲପର
*ବର୍ଷା ପବନ ହେଲେ ଛୁଟି
କେଉଁଠି ଅଙ୍ଗନବାଡ଼ି ନଥାଇ ଅଙ୍ଗନବାଡ଼ି ଘର ନିର୍ମାଣ ହୋଇଛି ତ ଆଉ କେଉଠି ଅଙ୍ଗନବାଡ଼ି କେନ୍ଦ୍ର ଥାଇବି ଅଙ୍ଗନବାଡ଼ି ଘର ନିର୍ମାଣ ହେଉନି। ଏହି ବ୍ଲକ ଅଧୀନସ୍ଥ ସଢ଼ା ପଞ୍ଚାୟତର ଜନ୍ତାଳପଦି, ରଘୁନାଥପୁର, ଢ଼େଙ୍କା ପଞ୍ଚାୟତର ସୁନ୍ଦରପୁର, ସୋସୋ ପଞ୍ଚାୟତର ଅଁଳାଗଡିଆ ଠାରେ ଅଙ୍ଗନବାଡ଼ି କେନ୍ଦ୍ର ନଥାଇ ବି ଅଙ୍ଗନବାଡ଼ି ଘର ନିର୍ମାଣ ହୋଇଛି। ଯାହାକି ଏହି ବିଭାଗର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ହାଟଡିହି ବ୍ଲକ ଆମ୍ୱୋ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ହେଲପରଙ୍କ ବାଡିରେ ଥ‌ିବା ଏକ ବାଉଁଶ ବୁଦାମୂଳେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।ଏହି ଗାଁଟି କେନ୍ଦ୍ର ସ୍ଥଳ ହୋଇଥିବାବେଳେ ଚାରିଶହରୁ ଉର୍ଦ୍ଧ୍ଵ ପରିବାର ବସବାସ କରିଥାନ୍ତି। ଏହାର ଲୋକସଂଖ୍ୟା ଦୁଇ ହଜାରରୁ ଊର୍ଦ୍ଧ୍ଵ। ତିରିଶ ବର୍ଷ ହେଲା ଗ୍ରାମରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ହୋଇଥିବାବେଳେ ଅଙ୍ଗନବାଡ଼ି ଘର ନଥିବାରୁ ପଞ୍ଚାୟତରଏହି ଅଙ୍ଗନବାଡି କେନ୍ଦ୍ରରେ ୪୦ଜଣ ଛାତ୍ରଛାତ୍ରୀ ଥିବାବେଳେ ସେମାନେ ହେଲପରଙ୍କ ବାଡିରେ ଥ‌ିବା ବାଉଁଶ ବୁଦାମୂଳେ ପାଇ ପକାଇ ପାଠ ପଢ଼ିଥାନ୍ତି। ।
ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କର ଯନ୍ତ୍ର ଓ ସୁରକ୍ଷା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଛନ୍ତି । ଶିଶୁ ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଅଙ୍ଗନବାଡ଼ି ଖୋଲିଛନ୍ତି। ହେଲେ ସରକାରଙ୍କ ଏହି ଯୋଜନା ସତେ ଯେପରି ଫେଲ ମାରିଛି ହାଟଡିହି ବ୍ଳକରେ। ବ୍ଳକରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ମାତ୍ର ୧୩୯ଟି କେନ୍ଦ୍ରର ନିଜସ୍ୱ ଗୃହ ଥ‌ିବାବେଳେ ଅବଶିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ର ବାଉଁଶ ବୁଦା ମୂଳେ, ସ୍କୁଲ ବାରଣ୍ଡାରେ ତ ଆଉ କେଉଠି କର୍ମୀ କିମ୍ବା ହେଲପରଙ୍କ ଘରେ ଚାଲୁଛି।
ବିପଦକୁ ବରଣ କରି ପଢୁଛନ୍ତି ପିଲା
*ଘରେ ରୋଷେଇ କରି ଦେଉଛନ୍ତି ହେଲପର
*ବର୍ଷା ପବନ ହେଲେ ଛୁଟି
କେଉଁଠି ଅଙ୍ଗନବାଡ଼ି ନଥାଇ ଅଙ୍ଗନବାଡ଼ି ଘର ନିର୍ମାଣ ହୋଇଛି ତ ଆଉ କେଉଠି ଅଙ୍ଗନବାଡ଼ି କେନ୍ଦ୍ର ଥାଇବି ଅଙ୍ଗନବାଡ଼ି ଘର ନିର୍ମାଣ ହେଉନି। ଏହି ବ୍ଲକ ଅଧୀନସ୍ଥ ସଢ଼ା ପଞ୍ଚାୟତର ଜନ୍ତାଳପଦି, ରଘୁନାଥପୁର, ଢ଼େଙ୍କା ପଞ୍ଚାୟତର ସୁନ୍ଦରପୁର, ସୋସୋ ପଞ୍ଚାୟତର ଅଁଳାଗଡିଆ ଠାରେ ଅଙ୍ଗନବାଡ଼ି କେନ୍ଦ୍ର ନଥାଇ ବି ଅଙ୍ଗନବାଡ଼ି ଘର ନିର୍ମାଣ ହୋଇଛି। ଯାହାକି ଏହି ବିଭାଗର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ହାଟଡିହି ବ୍ଲକ ଆମ୍ୱୋ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ହେଲପରଙ୍କ ବାଡିରେ ଥ‌ିବା ଏକ ବାଉଁଶ ବୁଦାମୂଳେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।ଏହି ଗାଁଟି କେନ୍ଦ୍ର ସ୍ଥଳ ହୋଇଥିବାବେଳେ ଚାରିଶହରୁ ଉର୍ଦ୍ଧ୍ଵ ପରିବାର ବସବାସ କରିଥାନ୍ତି। ଏହାର ଲୋକସଂଖ୍ୟା ଦୁଇ ହଜାରରୁ ଊର୍ଦ୍ଧ୍ଵ। ତିରିଶ ବର୍ଷ ହେଲା ଗ୍ରାମରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ହୋଇଥିବାବେଳେ ଅଙ୍ଗନବାଡ଼ି ଘର ନଥିବାରୁ ପଞ୍ଚାୟତରଏହି ଅଙ୍ଗନବାଡି କେନ୍ଦ୍ରରେ ୪୦ଜଣ ଛାତ୍ରଛାତ୍ରୀ ଥିବାବେଳେ ସେମାନେ ହେଲପରଙ୍କ ବାଡିରେ ଥ‌ିବା ବାଉଁଶ ବୁଦାମୂଳେ ପାଇ ପକାଇ ପାଠ ପଢ଼ିଥାନ୍ତି। ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ