Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା ବୋର୍ଡ ରେ ଚାଲିଛି କାମ ନିମ୍ନ ମାନର ରାସ୍ତା କାମ, ଗ୍ରାମ ବାସି ଙ୍କ ବିରୋଧ।

ହାଟଡିହି ବ୍ଲକର ପନ୍ଦାଡୋ ପଞ୍ଚାୟତ ରେ ରହୁଥିବା ଆଦିବାସି ସଂପ୍ରଦାୟର ଲୋକଙ୍କ ରାସ୍ତା କୁ ନିମ୍ନ ମାନର କାମ କରି ଠକୁ ଛନ୍ତି ଠିକାଦାର। ଯାହାକୁ ନେଇ ଆଜି ଗ୍ରାମ ର ଏକାଧିକ ଯୁବକ ମହିଳା ମାନେ  କାମ କୁ ବିରୋଧ କରିବା ସହ ନିମ୍ନ ମାନ କାମ କରୁଥିବା ଅଭିଯୋଗ କରିଛନ୍ତି ଗାଁ ଯୁବକ ମାନେ। ଗ୍ରାମବାସୀ ଙ୍କ କହିବାନୁଯୟୀ ଉକ୍ତ ରାସ୍ତା ଟି ପିଡବ୍ଲୁ ରାସ୍ତା ଠାରୁ ଗଡ ଚଣ୍ଡୀ କୁ ସଂଯୋଗ କରୁଛି ମାତ୍ର ୨କିଲୋମଟର ରାସ୍ତା ପାଇ ୪କୋଟିବ୍ୟୟ ବରାଦ ହୋଇଥିବା ବେଳେ, କିଛି ରାସ୍ତା ପିଚୁ ଓ କଂକ୍ରିଟ କରା ଯାଇଛି। ଏହି ରାସ୍ତା ଉପରେ ଠୁଣିଗାଁ, ସରଳ ପଶି, କରଜବାଟି , ମୁଣ୍ଡା ସାହି ଭଳି ଚାରି ପାଞ୍ଚ ଖଣ୍ଡ ଗାଁ ର ଲୋକେ ପାଖା ପାଖି ଦୁଇ ହଜାର ରୁ ଅଧିକ ଲୋକେ ଯାତାୟାତ କରିଥାଆନ୍ତି। କିନ୍ତୁ ବହୁ ଦିନରୁ ଏହି ଗାଁ କୁ ଭଲ ରାସ୍ତା ନଥିବାରୁ ଏବେ ସରକାର ଏତେ ଟଙ୍କା ଦେବା ପରେ ଖାଲି ବାଲି ରେ,  ଅଳ୍ପ ସିମେଣ୍ଟ  ଦେଇ  କରି ନେଉଛନ୍ତି । ଯାହାକୁ ଗ୍ରାମ ବାସି ବିରୋଧ କରିଛନ୍ତି। ଏହା ଛଡା ଏହି ରାସ୍ତା କାମ ବିଲ୍ କୁଲ୍ ଯନ୍ତ୍ରୀ ନ ଆସି ଜଣେ ପିଅନ କୁ ପଠାଇ ଦେଇ ବିଲ୍ କରୁଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ କରିଥିବା ଗ୍ରାମ ବାସୀ ମାନଙ୍କ ମଧ୍ୟରେ ତପନ ପାତ୍ର, ଭାଗିରଥି ଖଟୁଆ, ବାଉନ୍ ମୁଣ୍ଡା, ଶାନ୍ତିଲତା ପାତ୍ର, ବିନୋଦ ମୁଣ୍ଡା, ଗୋବର୍ଦ୍ଧନ ମୁଣ୍ଡା, ସୂର୍ଯ୍ୟମଣି ପାତ୍ର, ଅଭିରାମ ମୁଣ୍ଡା , ଭୀମ ମୁଣ୍ଡା ପ୍ରମୁଖ ସେହି ଗାଁ ର। ଅନେକ ଯୁବକ ଏହି ବିରୋଧ ରେ ସାମିଲ ହୋଇଥିଲେ।