Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଞ୍ଜିପାଲି ଠାରେ ୫୫୦ କୁଣୁହୁଁ ସମାଜର ସଭା ଓ ଶୋଭାଯାତ୍ରା

ଜମନକିରା : ଜମନକିରା ବ୍ଲକ ମହଦା ଗ୍ରାମ ପଂଚାୟତ ଅନ୍ତର୍ଗତ ବିଞ୍ଜିପାଲି ଠାରେ ଅଵସର ପ୍ରାପ୍ତ ଶିକ୍ଷକ କନ୍ଦର୍ପ ପଧାନଙ୍କ ପ୍ରଚେଷ୍ଟାରେ ୫୫୦ କୁଁଣୁହୁ ସମାଜର ଭାଷା, ସଂସ୍କୃତି, ପରମ୍ପରା, ସୁରକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା କୁ ନେଇ ବିରାଟ ସାଧାରଣ ସଭା ସହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରିତ ଅତିଥି ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରିବା ପରେ ଗାଁ ମଝିରେ ଆୟୋଜିତ ସଭା ମଞ୍ଚରେ ମହଦା ସରପଞ୍ଚ କୀର୍ତ୍ତନ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ, ସମ୍ବଲପୁର ନୁ ଅଧ୍ୟକ୍ଷ ଶୋଭାରାମ ପଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଝାରସୁଗୁଡା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ର ମୋହନ କିସାନ, କୁଚିଣ୍ଡା ବ୍ଲକ ଚେୟାରମ୍ୟାନ ଭୁବନେଶ୍ୱର କିସାନ, ସାମ୍ବାଦିକ ଖୁସିରାମ ଛତ୍ରିଆ ପ୍ରମୁଖ ଯୋଗ ଦେଇ ସମାଜର ଉନ୍ନତି ନିମନ୍ତେ ସମସ୍ତେ ମିଳିମିଶି କାମ କଲେ ସମାଜର ଉନ୍ନତି ହେବା ସହ ଭାଷା, ସଂସ୍କୃତି, ପରମ୍ପରାର ସୁରକ୍ଷା ହୋଇପାରିବ ଏବଂ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥି ମାନେ ମତ ରଖିଥିଲେ। ଆଦିବାସୀ ସମାଜର ବୟୋଜ୍ୟଷ୍ଠ ଗବର ମାଝୀଙ୍କୁ ଉତ୍ତରୀୟ ଦେଇ ଅତିଥି ମାନେ ସମ୍ମାନ କରିଥିଲେ l ସଭାର ଶେଷରେ ସମସ୍ତ ଆଦିବାସୀ ମହିଳା ପୁରୁଷ ପାରମ୍ପରିକ ଗୀତ, ନାଚ କରିଥିଲେ l ସଭାରେ  ସମସ୍ତ କାର୍ଯ୍ୟକ୍ରମ କନ୍ଦର୍ପ ପଧାନ, ପ୍ରଶନ୍ନ ପ୍ରଧାନ, ଯୁଗଳ ପଧାନ, ରଘୁ ମାଝୀ, ମଣିନ୍ଦ୍ର ମାଝୀଙ୍କ ସମେତ କେନାଢିପା ଗ୍ରାମ ପଞ୍ଚାୟତ ର କୁଁଣୁହୁ ଆଦିବାସୀ ମରାପତ୍ରା ଗ୍ରାମର କୁଁଣୁହୁ ଆଦିବାସୀ ସମସ୍ତ ସମସ୍ତ ଜାତି ସମାଜ ସହଯୋଗ କରିଥିଲେ।  

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ