Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠେଲକଲୋଇ ହାଇସ୍କୁଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ସ୍ଥିତ ହାଇସ୍କୁଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଜେଏସଡବ୍ଲୁ ବିପିଏସଏଲ ପ୍ରେସିଡେଣ୍ଟ ତଥା ଡବ୍ଲ୍ୟୁଟିଡି ଅନିଲ କୁମାର ସିଂ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ। ସମ୍ବଲପୁର ରାଉରକଲା ଚାରି ଥାକିଆ ରାସ୍ତା ନିର୍ମାଣ ବେଳେ ଏହି ବିଦ୍ୟାଳୟ ଟିକୁ ଭାଙ୍ଗି ଦିଆଯାଇଥିଲା। ଏବେ ଜେଏସଡବ୍ଲୁ ବିପିଏସଏଲ ର ସି ଏସ ଆର ପାଣ୍ଠି ରୁ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜେଏସଡବ୍ଲୁ ବିପିଏସଏଲ ର ଆକାଂକ୍ଷା ଲେଡିସ କ୍ଲବ୍ ର ସଭାପତି ନିଲମ୍ ସିଂ, ଠେଲକଲୋଇ ସରପଞ୍ଚ ଅବନ୍ତୀ ନାୟକ,ଜୟ ପ୍ରକାଶ ସିଂ ହେଡ- ଏଚ ଆର, ମନୋଜ ସିଂ ହେଡ-ସିକ୍ୟୁରିଟି ଆଣ୍ଡ ଆଡମିନିଷ୍ଟ୍ରେସନ ଏବଂ ବିଶାଲ ରାଜ, ହେଡ-ସିଏସଆର, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁର୍ଗା ପ୍ରସାଦ ସାହୁ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ନୂତନ ବିଦ୍ୟାଳୟ ନିର୍ମାଣ କରାଯାଉଥିବାର ଗ୍ରାମବାସୀ, ଛାତ୍ର ଛାତ୍ରୀ, ବିଦ୍ୟାଳୟ କମିଟି ପକ୍ଷରୁ ଜେଏସଡବ୍ଲୁ ବିପିଏସଏଲ କମ୍ପାନୀ କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ