Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲପାହାଡରେ ଓବିସି ଜନ ଜାଗରଣ ରଥକୁ ଭବ୍ୟ ସ୍ୱାଗତ, ବନ୍ଧବାହାଲ ରେ ଆଲୋଚନା ଚକ୍ର

ଜମନକିରା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରୁ ଆରମ୍ଭ ହୋଇଥିବା ଓ ବି ସି ଜନ ଜାଗରଣ ରଥ ଲଖନପୁର ବ୍ଲକ ପରିକ୍ରମା କରିବା ପରେ ଆଜି ବେଲପାହାଡ଼ ପହଞ୍ଚିଥିଲା।ରଥ ଓ ରଥ ସହିତ ଥିବା ମଂଚର ସଭାପତି ଶଙ୍କର ପାତ୍ର, ମହାସଚିବ ସୁବାସ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ପରଦେଶି ବିଶ୍ଵାଳ ପ୍ରମୁଖ ନେତୃ ବର୍ଗଙ୍କୁ ବେଲପାହାଡ଼ ଓ ବି ସି ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପୂର୍ବକ ସ୍ୱାଗତ କରିଥିଲେ। ଏହାପରେ ବେଲପାହାଡ଼ ଓ ବି ସି ମଂଚର ମୁଖ୍ୟସଂଯୋଜକ ଗୋପୀନାଥ ବେହେରାଙ୍କ ସଭାପତିତ୍ବରେ ଜଗନ୍ନାଥ ମନ୍ଦିର ପଡ଼ିଆରେ ଆୟୋଜିତ ସଚେତନତା ସଭାରେ ରାଜ୍ୟ ସଭାପତି ଶଙ୍କର ପାତ୍ର, ମହାସଚିତ ସୁବାସ ନାୟକ, ଲଖନପୁର ବ୍ଲକର ନେତା ଲଲାଟ ବିଶ୍ଵାଳ, ମହିଳା ନେତ୍ରୀ ଡ଼.ସାଧାରଣ ପାଣ୍ଡେ, ମଞ୍ଜରୀ ପୃଷ୍ଟି,ବରୁଣ ପଧାନ, କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ଜ୍ଞାନ ବେହେରା, ଭାସ୍କର ପଟେଲ, ତେଜରାଜ ସାହୁ, ମଙ୍ଗଳ ସାହୁ ପ୍ରମୁଖ ଭାଷଣ ଦେଇ ରାଜନୀତି, ଶିକ୍ଷା ଓ ଚାକିରିରେ ସମ୍ବିଧାନ ସ୍ଵୀକୃତ ହକ ଦାବି କୁ ପୁରାଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବି କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସଂଯୋଜକ ବିରଞ୍ଚି ସାହୁ ସ୍ୱାଗତ ଜଣାଇଥିବା ବେଳେ ଯୁବ ନେତା ରାଧେଶ୍ୟାମ ପଧାନ ଅତିଥି ପରିଚୟ ଓ ଶେଷରେ ବେଲପାହାଡ଼ ଶାଖା ସଂଯୋଜକ ମୋତିରାମ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି, ବିଜେପି ଓ କଂଗ୍ରେସ ର ନେତୃ ସ୍ଥାନୀୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିବା ଦେଖାଯାଇଥିଲା। ଏହା ପରେ ରଥ ବନ୍ଧବାହାଲ ପର୍ଯ୍ୟନ୍ତ ଯାଇ କଲ୍ୟାଣ ମଣ୍ଡପ ଠାରେ ଏକ ବୁଦ୍ଧିଜୀବୀ ସମାବେଶରେ ସାମିଲ ହୋଇଥିଲେ। ଗୋପୀନାଥ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ରାଜ୍ୟ ସଭାପତି ଶ୍ରୀ ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ନାୟକ ଓ କୋଷାଧ୍ୟକ୍ଷ ଶ୍ରୀ ବିଶ୍ଵାଳ ଉପସ୍ଥିତ ଅଗ୍ରଣୀ ଓ ବି ସି କର୍ମୀ ଓ ବୁଦ୍ଧିଜୀବୀ ଙ୍କ ସହ ଆଲୋଚନାରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ର ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ,ବି ଜେ ପି ମଣ୍ଡଳ ସଭାପତି ରିନା ପଟେଲ ଙ୍କ ସହ ନିରଞ୍ଜନ ପଟେଲ, ତେଜରାମ ପ୍ରଧାନ, କୃପାସିନ୍ଧୁ ପାଧାନ, ଡିଲେଶ୍ୱର୍ ଖର୍ସେଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଲୋଚନା ଚକ୍ର କୁ ଜିଲ୍ଲା ଆବାହକ ବିରଞ୍ଚି ସାହୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ