Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାମୁଖୀ ପ୍ରସିଦ୍ଧ ଶୈବପୀଠ ବାବା ମୁକ୍ତେଶ୍ଵର ମନ୍ଦିରରେ ଜଳିଲା ୩୧ ହଜାର ଦୀପ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପଶ୍ଚିମାମୁଖୀ ପ୍ରସିଦ୍ଧ ଶୈବପୀଠ ବାବା ମୁକ୍ତେଶ୍ଵର ମନ୍ଦିରରେ ଗତକାଲି ଭକ୍ତ ମାନଙ୍କ ଦ୍ଵାରା ଜଳିଲା ୩୧ ହଜାର ଦୀପ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଦ୍ଵୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ କୁ ପ୍ରତ୍ୟକ୍ଷ ଭାବେ ସଭ୍ୟ ମାନେ ପରିଚାଳନା କରିଥିଲେ। ସନ୍ଧ୍ୟା ସାଢ଼େ ୬ଟା ସମୟରେ ମହାଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ଦେବଗଡ ରାଣୀ ଅରୁନ୍ଧତୀ ଦେବୀ ଏବଂ ତାଙ୍କ ସୁପୁତ୍ର ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ କମିଟି ପକ୍ଷରୁ ଦୀପ ଏବଂ ତେଲ ଯୋଗାଇ ଦିଆ ଯାଇଥିବା ବେଳେ ଭକ୍ତ ମାନେ ବିଭିନ୍ନ ପ୍ରକାର ରୁପାଙ୍କନ କରି ଦୀପ ସମୂହ ଥୋଇ ଦିଅ ପ୍ରଜ୍ବଳନ କରିଥିଲେ। ୩୧ ହଜାର ଦୀପ ପ୍ରଜ୍ବଳନ ପରେ ମନ୍ଦିର ପରିସର ବେଶ ଆଲୋକମୟ ହୋଇ ଉଠିଥିଲା। ହଜାର ହଜାର ଭକ୍ତ ଦିନ ତମାମ ଅର୍ଣ୍ଣଭୋଗ ଗ୍ରହଣ କରିଥିବା ନେଇ ପରିଚାଳନା କମିଟିର ସଭାପତି ପି.କେ. କନପାନ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ