Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈପାରିଗୁଡ଼ା IICଙ୍କ ଘରୁ ମିଳିଲା ୩୦ ଲକ୍ଷ ଟଙ୍କା, କାଲି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ

କଟକ: ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରୁ ପ୍ରଚୁର ଟଙ୍କା ମିଳିଛି। କଟକ ବକ୍ସିବଜାର କ୍ଵାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ମିଳିଛି। ଗତକାଲି ତାଙ୍କ ବୈପାରିଗୁଡ଼ା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ମିଳିଥିଲା। ଅଦ୍ୟାବଧି ଆଇଆଇସିଙ୍କ ଘର, କ୍ଵାର୍ଟର୍ସରୁ ୩୭ ଲକ୍ଷ ମିଳି ସାରିଲାଣି।

ଗତକାଲି ଏକ ଘରୋଇ ବସରେ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ନେଇ କଟକ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଥାନା ଅଧିକାରୀଙ୍କୁ ଅଟକ ରଖି ଜୟପୁରର ଭିଜିଲାନ୍ସ ଟିମ୍ ପଚରାଉଚରା କରିବା ସହ ତାଙ୍କର ଅନେକ ସ୍ଥାନରେ ରେଡ୍ ମାରିଛି। କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣରେ ନଗଦ ଅର୍ଥ ଧରି କଟକ କାହିଁକି ଯାଉଥିଲେ ସେ ବିଷୟରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ। ଏହା ବାଦ ଆଇଆଇସିଙ୍କ ଅଫିସରୁ ଗତକାଲି ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା। ଏପରିକି ତାଙ୍କ କ୍ଵାର୍ଟରରୁ ୩ ଲକ୍ଷ ଟଙ୍କା ମିଳିଥିଲା। ଏହିପରି ମୋଟ୍ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା। ଆଇଆଇସିକୁ ଅଟକ ରଖି ଭିଜିଲାନ୍ସ ଟିମ୍ ପଚରା ଉଚୁରା କରୁଛନ୍ତି। ଆଉ ଆଜି ମଧ୍ୟ ତାଙ୍କର ବିଭିନ୍ନ ଠିକଣାରେ ଚଢଉ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ