Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରେକ ଫେଲ ହୋଇ ପାହାଡକୁ ଧକ୍କା ଦେବା ପରେ ଜଳିଗଲା ମକା ବୋଝେଇ ଟ୍ରକ..ବର୍ତ୍ତୀ ଗଲା ଡ୍ରାଇଭର…

ଲକ୍ଷ୍ମୀପୂର ୨୯.୧୧ ….ଲକ୍ଷ୍ମୀପୁର ଥାନା ଠାରୁ  ପ୍ରାୟ ୫କିଲୋମିଟର ଦୂର ରେ ଥିବା ନାରାୟଣପାଟଣା ରାସ୍ତା ର ମାଥାଲଆମ୍ବ ରାସ୍ତା ରେ ଏକ ମକା ବୋଝଇ ଟ୍ରକ ବ୍ରେକ ଫେଲ ହେବାରୁ ଦୁର୍ଘଟଣା ହୋଇଛି।ଲକ୍ଷ୍ମୀପୂର ବ୍ଲକ ଡୁମୁରିପଦର ଗାଁ ରୁ ମକା ଲୋଡ କରି ସମ୍ପୂର୍ଣ ଗଡାନିଆ ରାସ୍ତା ରେ ଟ୍ରକ ଟି ଆନ୍ଧ୍ର ପ୍ରଦେଶ ର ବିଜୟନଗର କୁ ଯାଉଥିବା ବେଳେ ବ୍ରେକ ଫେଲ ହେବାରୁ ପାହାଡକୁ ଧକ୍କା ଦେବା ପରେ ଟ୍ରକ ଟି ଜଳି ଯାଇଥିଲା। ଗାଡି ର ସମୁଖ ଭାଗ ସହ କିଛି ମକା ବସ୍ତା ପୋଡି ଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇ ଆହତ ହୋଇଛନ୍ତି। ଲକ୍ଷ୍ମୀପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ କୁ  ଆୟତ କରିବା ସହ ଆହତ ଡ୍ରାଇଭର କୁ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରାଇଥିଲେ।ବୁର୍ଜା ପଂଚାୟତ ଅଧୀନସ୍ତ ମାଥାଲଆମ୍ବା ଗାଁ ନିକଟରେ ଏତେବଡ଼ ଦୁର୍ଘଟଣା ହୋଇଥିଲେ ସୁଧା ପୋଲିସ ପାଖରେ କୌଣସି ଖବର ନଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ