Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ରାଜ୍ୟରେ କାହାର ସରକାର ଓ କାହାର ପରାଜୟ; ସନ୍ଧ୍ୟା ୬ଟାରେ ଆସିବ ଏକଜିଟ୍ ପୋଲ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ସମେତ ୫ ରାଜ୍ୟର ନିର୍ବାଚନ ଆଜି ସମାପନ ହେଉଛି। ତେଲେଙ୍ଗାନାରେ ଆଜି ମତଦାନ ଚାଲିଛି, ଯାହା ସନ୍ଧ୍ୟା ୬ଟାରେ ସରିବ। ଏହା ପରେ ଏକଜିଟ୍ ପୋଲ୍ ଜାରି ହେବ। ଭୋଟ୍ ବାହୁଡ଼ା ମତରୁ ସଙ୍କେତ ମିଳିବ ଯେ, କେଉଁ ରାଜ୍ୟରେ କାହାର ସରକାର ହେବାକୁ ଯାଉଛି। ରାଜସ୍ଥାନ ଓ ଛତିଶଗଡ଼ରେ ବର୍ତ୍ତମାନ କଂଗ୍ରେସ ସରକାର ରହିଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି କ୍ଷମତାସୀନ ରହିଛି। ଏହି ତିନି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେଉଛି।

ଏହା ବ୍ୟତୀତ ତେଲେଙ୍ଗାନାରେ କ୍ଷମତାସୀନ ବିଆରଏସକୁ କଂଗ୍ରେସ କଡ଼ା ଟକ୍କର ଦେଉଛି। ଏଠାରେ ବିଜେପି ତୃତୀୟ ପାର୍ଟି ରହିଛି, ମାତ୍ର କାହାକୁ ସଂଖ୍ୟା ଗରିଷ୍ଠତା ନ ମିଳିବା ସ୍ଥିତିରେ ବିଜେପି କିଙ୍ଗ ମେକର ଭୁମିକାରେ ଅବତୀର୍ଣ୍ଣ ହୋଇପାରେ। ସର୍ବପ୍ରଥମେ ନଭେମ୍ବର ୭ ତାରିଖରେ ଛତିଶଗଡ଼ରେ ମତଦାନ ହୋଇଥିଲା। ଏହି ଦିନ ମିଜୋରାମରେ ମଧ୍ୟ ଭୋଟିଂ ହୋଇଥିଲା। ଏହା ପରେ ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ଏବଂ ସେହି ଦିନ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ରାଜସ୍ଥାନରେ ନଭେମ୍ବର ୨୫ରେ ଭୋଟିଂ ହୋଇଥିବା ବେଳେ ନଭେମ୍ବର ୩୦ ଅର୍ଥାତ ଆଜି ତେଲେଙ୍ଗାନରେ ମତଦାନ ଜାରି ରହିଛି। ଏହି ସବୁ ରାଜ୍ୟର ଫଳାଫଳ ଡିସେମ୍ବର ୩ରେ ଏକ ସଙ୍ଗେ ପ୍ରକାଶ ପାଇବ।

ଆଜି ସନ୍ଧ୍ୟା ୬ଟା ପରେ ୫ ରାଜ୍ୟର ଏକଜିଟ୍ ପୋଲ ସାମ୍ନାକୁ ଆସିବ। ଏହାକୁ ସମଗ୍ର ଦେଶବାସୀ ବିଶେଷ କରି ରାଜନୀତିରେ ରୁଚି ରଖୁଥିବା ଲୋକେ ଚାହିଁ ରହିଛନ୍ତି। ଏହି ପାଞ୍ଚ ରାଜ୍ୟର ନିର୍ବାଚନ ୨୦୨୪ ଲୋକସଭା ନିର୍ବାଚର ସେମି ଫାଇନାଲ୍ ରୂପେ ଦେଖା ଯାଉଛି। ବିଜେପି ଜିତିଲେ ଏହାର ଶକ୍ତି ଆହୁରି ବଢିବ ଏବଂ କଂଗ୍ରେସ ଭଲ ପ୍ରଦର୍ଶନ କଲେ ବିରୋଧୀ ଦଳକୁ ବଳ ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ