Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓବିସି ଜନ ଜାଗରଣ ରଥକୁ ବାମରା ବ୍ଲକରେ ସ୍ୱାଗତ,ଏସଟିଏସସି ଏବଂ ଓବିସି ଙ୍କ ଏକତା ପାଇଁ ଆହ୍ବାନ

ଜମନକିରା : ଓବିସି ବର୍ଗର ସାମ୍ବିଧାନିକ ହକ, ଅଧିକାର ଓ ସମନୁପାତିକ ପ୍ରତିନିଧିତ୍ୱ ପାଇଁ ଝାରସୁଗୁଡା ବ୍ରଜରାଜନଗର ଠାରୁ ଆରମ୍ଭ ହୋଇଥିବା ଓବିସି ଜନ ଜାଗରଣ ଯାତ୍ରା ଆଜି ବାମରା ବ୍ଲକ ରେ ପଦାର୍ପଣ କରିଥିଲା। ଏହି ଅବସରରେ କବରୀବାହାଲ ଗ୍ରାମରେ ଓବିସି ସମାଜର ବିଭିନ୍ନ ଜାତିର ଜନ ସାଧାରଣ ଏହି ଯାତ୍ରାକୁ ସ୍ୱାଗତ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ସରକାର ଓବିସି ଜନଗଣନା କରନ୍ତୁ। ଶିକ୍ଷା ଚାକିରୀ ରାଜନୀତିରେ ସମାନୁପାତିକ ସଂରକ୍ଷଣ ପ୍ରଦାନ ସହ ଫସଲର ସର୍ବ ନିମ୍ନ ସହାୟକ ମୂଲ୍ୟ କୁ ନିର୍ଧାରଣ କରିବା ପୂର୍ବରୁ ସ୍ୱାମୀନାଥନ କମିଶନକୁ ଲାଗୁକରିବା ପାଇଁ ସ୍ୱର ଉଠିଥିଲା। ଏହି ସଭାରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ରଜନୀ ପଟେଲ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ଓବିସି ମଞ୍ଚର ସଭାପତି ଶଙ୍କର ପାତ୍ର, ସାଧାରଣ ସମ୍ପାଦକ ସୁବାସ ନାୟକ ଓ କୋଷାଧକ୍ଷ ପରଦେଶୀ ବିଶ୍ୱାଳ ମଞ୍ଚାସିନ ରହି ତାଙ୍କ ଭାଷଣ ରେ ଏସଟି,ଏସସି ଏବଂ ଓବିସି ଙ୍କ ଏକତା ପାଇଁ ଆହ୍ବାନ ଦେଇଥିଲେ। ଆଦିବାସୀ ନେତା ଖତୁନାଥ ପିଙ୍ଗ ମଧ୍ୟ ଭାଷଣ ଦେଇ ଓବିସି ଙ୍କ ହକ ଓ ଅଧିକାର ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିଥିଲେ। ଶେଷରେ ବାମରା ଅଞ୍ଚଳର ଜଣାଶୁଣା ଓବିସି ନେତା ବନମାଳୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ବ୍ୟତୀତ ନୀଳାଦ୍ରି ନାୟକ, ରବୀନ୍ଦ୍ର ପଟେଲ ଛାତ୍ର ନେତା ଅସୀମ ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଏହା ପରେ ରଥ ପରୁଆଭାଡି, କୁଚିଣ୍ଡା ଓ ସାତକମା କୁ ପହଞ୍ଚି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।