Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚଗାଁ ପଞ୍ଚାୟତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଝାରସୁଗୁଡା ୦୧/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ସର୍ବ ପ୍ରଥମେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସରପଞ୍ଚ ମୁକେଶ ବାରିକ ଓ ସମିତି ସଭ୍ୟ ରୋହିତ ଧୁରୁଆ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ ମିଶ୍ର,ବିଏସଏସଓ ଶାନ୍ତି ରଞ୍ଜନ ଦାସ,ଏବିଓ ତଥା ବିଆରସିସି ଟିକେଶ୍ବର ଜଗତ,ଆକାଉଣ୍ଟଟେନ ହେମନ୍ତ ବେହେରାଙ୍କ ଉପସ୍ଥିତିରେ ଦ୍ବୀପ ପ୍ରଜ୍ବଳନ କରିବା ସହ ନଡ଼ିଆ ଭାଙ୍ଗି ଶିବିରକୁ ଶୁଭାରମ୍ଭ କରିଥିଲେ । ଲଖନପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ମୋଟ ୧୯୩ ଜଣ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨୯ ଜଣ ଭିନ୍ନକ୍ଷମ ମାନଙ୍କୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରା ଯାଇ ପ୍ରମାଣପତ୍ର ପ୍ରଦାନ କରା ଯାଇଥିବା ବେଳେ ବିଭିନ୍ନ ଉପକରଣ ନିମନ୍ତେ ୧୪ ଜଣ ଆବେଦନ କରିଥିଲେ । ସେହିପରି ବାଣୀଶ୍ରୀ ବୃତ୍ତି ପାଇଁ ୨ ଜଣ,ଡିଆରଆଇ ଋଣ ପାଇଁ ୫ ଜଣ ଏବଂ ୟୁଡିଆଇଡି କାର୍ଡ ନିମନ୍ତେ ୪୩ ଜଣ ହିତାଧିକାରୀ ଆବେଦନ କରିଥିବା ଲଖନପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳକୃଷ୍ଣ ମିଶ୍ର ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଦୃଷ୍ଟି ବାଧିତ, ଅସ୍ଥିଶଲ୍ୟ, ଶ୍ରବଣବାଧିତ, ମାନସିକ ଅନଗ୍ରସର, ଭିନ୍ନକ୍ଷମ ମାନଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା ବୈକୁଣ୍ଠ ନାଥ କଶ୍ୟପଙ୍କ ସହ ଜିଲ୍ଲା ସ୍ତରରୁ ବିଭିନ୍ନ ବିଭାଗର ଡାକ୍ତର ମାନେ ଆସି ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉକ୍ତ ଶିବିରରେ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନେ ଯୋଗଦାନ କରି ପରିଚାଳନା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ