Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓବିସି ସଚେତନତା ରଥ କୁ ଜମନକିରା ବ୍ଲକରେ ସ୍ୱାଗତ, ସମାନୁପାତିକ ସଂରକ୍ଷଣ ପାଇଁ ଦାବି

ଜମନକିରା : କୁଚିଣ୍ଡା ବ୍ଲକ ଅଞ୍ଚଳ ପରୁଆଭାଡ଼ି, କୁଚିଣ୍ଡା ଓ ସାତକମା ଆଦି ୩ଟି ସ୍ଥାନରେ ସ୍ୱାଗତ ସଭା ପରେ ଜମନକିରା ବ୍ଲକ ଅଞ୍ଚଳକୁ ସଚେତନତା ରଥ ଅଗ୍ରସର ହୋଇଥିଲା। ଆଜି ପ୍ରଥମ ଦିନରେ ଜମନକିରା ବ୍ଲକର ଡିମିରିମୁଣ୍ଡା ଛକ, ଭୋଜପୁର ଏବଂ ଶେଷରେ ଜମନକିରା ଠାରେ ରଥକୁ ଓବିସି ଜନ ସାଧାରଣଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ତିନୋଟି ସ୍ଥାନର ପଥ ପ୍ରାନ୍ତ ସଭାରେ ମଂଚର ସଭାପତି ଶଙ୍କର ପାତ୍ର, ମହାସଚିବ ସୁବାଷ ଚନ୍ଦ୍ର ନାୟକ ଓ କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ ପ୍ରମୁଖ ଅଭିଭାଷଣ ମାଧ୍ୟମରେ ଜାତି ଜନ ଗଣନା ଓ ସଂଖ୍ୟାନୂପତିକ ସଂରକ୍ଷଣ ପାଇଁ ଦାବି କରିଥିଲେ। ରଥ କୁ ସ୍ୱାଗତ କରିବାରେ ଅଖିଳ ଭାରତୀୟ ଅଘରିଆ ସମାଜର ପୂର୍ବ ସଭାପତି ଗଙ୍ଗାଧର ନାଏକ, ଆଞ୍ଚଳିକ ସଭାପତି ଅଶୋକ ପଟେଲ, ଭୋଜପୁର ଗୁଡ଼ି ସଭାପତି ଗୋପାଳ ପଟେଲ, ଅବସରପ୍ରାପ୍ତ ବିଇଓ ରମେଶ ନାଏକ, ଅବସର ପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ ନାଏକ, ସୌନୁକ ପଟେଲ, କବି ପ୍ରମୋଦ ନାଏକ, ନନ୍ଦ ଲାଲ ସାହୁ, ଅଲେଖ ପଧାନ, ସ୍ବାମୀ ଶିବାନନ୍ଦ ଜି ପ୍ରମୁଖ ସ୍ୱାଗତ କରିଥିବା ବେଳେ ମହିଳା ମାନେ ସମ୍ବିଧାନ ଓ ରଥ କୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରିଥିଲେ।