Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କନ୍ଧମାଳ ର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ପି.ସି.ସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ୭୭ ବର୍ଷରେ ପରଲୋକ ହୋଇଛି l ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲା କଂଗ୍ରେସ ପରିବାର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ବର୍ଗତ ତ୍ରିପାଠୀ ଦୀର୍ଘ ଦିନ ଧରି ଅସୁସ୍ଥତା ଥିବା ଯୋଗୁଁ ପୁନେ ଠାରେ ରହୁଥିବା ସାନପୁଅ ନିକଟରେ ରହି ଚିକିତ୍ସା ହେଉଥିବା ବେଳେ ସେଠାରେ ମୃତ୍ୟୁ ବରଣ କରିଥିଲେ l ପରେ ପରେ ମଙ୍ଗଳବାର ଦିନ ନିଜ ଗ୍ରାମ କୋଟଗଡ଼ କୁ ଶବ ଆଣି ରୀତିନୀତି ଅନୁଯାଇ ଶବ ସଂସ୍କାର କାର୍ଯ୍ୟ ସମାପନ କରାଯାଇଥିଲା l