Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୨ତମ ବୀର ସୁରେନ୍ଦ୍ର ସାଏ ଦୁଇ ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ତୁଲୁବ ବୀର ସୁରେନ୍ଦ୍ର ସାଏ କ୍ଳବ ଆନୁକୁଲ୍ୟରେ ଦୁଇ ଦିବସୀୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ଅବସରପ୍ରାପ୍ତ ସୈନିକ ବେଣୁଧର ନାଏକ, ଅଜୟ ଝଙ୍କାର,ସଞ୍ଜୟ କୁମାର ନାଏକ ଅତିଥି ରୂପେ ଯୋଗ ଦେଇ ଖେଳ ପ୍ରତିଯୋଗିତା କୁ ଉଦଘାଟନ କରିଥିବା ବେଳେ ଦ୍ଵିତୀୟ ଦିନରେ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଏବଂ ଶ୍ରୀ ନାଏକଙ୍କ ସହଧର୍ମିଣୀ ଡାକ୍ତର ପୋଲିନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳ ପ୍ରତିଯୋଗିତା କୁ ଉଦଯାପିତ କରିଥିଲେ। ପ୍ରତିଯୋଗିତାରେ ସମଗ୍ର ପଶ୍ଚିମ ଓଡ଼ିଶା ର ବଛା ବଛା ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସୁନ୍ଦରଗଡ଼ ଦଳ ବିଜେତା ଓ ବଞ୍ଜାରିବାହାଲ ଦଳ ଉପବିଯେତା ହୋଇଥିଲେ। ଉପ ବିଜେତା ଦଳ କୁ ଟ୍ରଫି ସହ ଚାଳିଶ ହଜାର ଟଙ୍କା ଶ୍ରୀ ନାଏକ ଙ୍କ କରକମଲରେ ପ୍ରଦାନ କରାଯାଇଥିବା ବେଳେ ବିଜେତା ଦଳ କୁ ଶ୍ରୀ ତିର୍କି ଟ୍ରଫି ସହ ପଚାଶ ହଜାର ଟଙ୍କା ପ୍ରଦାନ କରିଥିଲେ। ପ୍ରତିଯୋଗିତା କୁ ଉପଭୋଗ କରିବା ପାଇଁ ଅଞ୍ଚଳ ର ହଜାର ହଜାର ଦର୍ଶକ ଙ୍କ ସମାଗମ ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ