Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁଡୁଙ୍ଗୁରି ଜଙ୍ଗଲରେ ଦନ୍ତା କୁ ଗୁଳିମାଡ ଘଟଣା….ଗୁଜବ ଖବର କୁ ନେଇ ଦୁଇଦିନ ହେଲା ବନ ବିଭାଗ ନାକେଦମ୍

ଜମନକିରା: ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଟିକିବା ପଞ୍ଚାୟତ ନିକଟସ୍ଥ ପାହାଡ଼ ପାଶ୍ୱବର୍ତି ଅଞ୍ଚଳରେ ୧୫ ଟୀକିଆ ହାତୀ ପଲ ପ୍ରତ୍ୟେକ ଦିନ ରାତିରେ ଆସି ଗାଁ ପାଖାପାଖି ଅଞ୍ଚଳରେ ଧାନ ଖାଇବା ସହ କ୍ଷୟକ୍ଷତି କରୁଥିବା ବେଳେ ଲୋକ ମାନେ ହାତୀ ଘଉଡାଇବା ପାଇଁ ବାଣ ଫଟକା ଆଦି ଫୁଟାଉଛନ୍ତି। ଏଥିରେ ହାତୀ ମାନେ ଇତସ୍ତତଃ ହୋଇ ରଡ଼ି ଛାଡୁଛନ୍ତି। ଏହି ରଡ଼ି ଛାଡୁଥିବା କଥାକୁ କିଛି ଲୋକ ହାତୀ କୁ କେହି ଗୁଳି କରିଥିବା ଯୋଗୁଁ ହାତୀ ଟି ଏଭଳି ଚିତ୍କାର କରୁଥିବା କଥା ପ୍ରଚାର କରିଛନ୍ତି। ଏହି ଗୁଜବ ଖବର ଯୋଗୁଁ ବନ ବିଭାଗ ପକ୍ଷରୁ ଗତକାଲି ଠାରୁ ଆଜି ରାତି ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀ ମାନେ ପଇଁତରା ମାରୁଥିବା ଦେଖାଯାଇଛି। ଖୋଦ୍ ଡିଏଫଓ ସମୀର କୁମାର ସାହୁ ରେଞ୍ଜର ମାନଙ୍କ ସହ ମିଶି ବଡରମା ଜଙ୍ଗଲ ମଧ୍ୟରେ ଡେରା ପକାଇ ହାତୀ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି। ଆଜି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ହାତୀ ମାନଙ୍କ ଗତିବିଧି ଅନୁଧ୍ୟାନ କରୁଛନ୍ତି। ତେବେ ଆଜି ଗୁଜବ ହୋଇଥିବା ଟିକିବା ଗାଁର ନବୀନ ପ୍ରଧାନ, ଚନ୍ଦ୍ରମଣି ପ୍ରଧାନ ଏବଂ ରାଜେନ୍ଦ୍ର ପ୍ରଧାନ କହନ୍ତି କି ଗୁଳି ମାରିଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା କଥା ଅଟେ। ଉଡା ଖବର କୁ ନେଇ ଲୋକେ ଅପପ୍ରଚାର କରୁଛନ୍ତି। ସେମିତି ଘଟଣା କିଛି ଘଟି ନଥିବା କହିଥିଲେ।
ସୂଚନା ଯୋଗ୍ୟ ଯେ, ଟିକିବା କିଲିପାହାଡ଼ ଧନୁଡୁଙ୍ଗୁରି ଜଙ୍ଗଲରେ ରହୁଥିବା ଏକ ଦାନ୍ତlହାତୀକୁ ଗୁଳିମାଡ ହୋଇଥିବା ନେଇ ସେହି ଆଖପାଖର କେହି ବ୍ୟକ୍ତି ଅପପ୍ରଚର କରିଦେଇଥିଲା। ଏହି ଖବର କୁ ଟିକିବା ଗ୍ରାମବାସୀମାନେ ଜଙ୍ଗଲ ଆଖପାଖ ଅଞ୍ଚଳରେ ଦନ୍ତାହାତୀର ଆର୍ତ୍ତ ଚିତ୍କାର ଶୁଣିଥିବା ନେଇ ବଡ଼ରମା ରେଞ୍ଜ ଅଫିସର ଗିରିଧାରୀ ପଧାନଙ୍କୁ ସୂଚନା ଦେଇଥିଲେ। ଓଡସିଂ ସେକ୍ସନ ଅଞ୍ଚଳରୁ ଦନ୍ତାହାତୀଟି ଗୁଳିବିଦ୍ଧ ଅବସ୍ଥାରେ ଆସି ଧନୁଡୁଙ୍ଗୁରି ପାର୍ଶ୍ୱବର୍ତ୍ତୀ ଜଙ୍ଗଲରେ ରହିଥିବା ଶୁଣିବାକୁ ମିଲୁଛି ବୋଲି ରେଞ୍ଜର ଙ୍କୁ କହିଥିଲେ। ତୁରନ୍ତ ଆହତ ଦନ୍ତାହାତୀର ଚିକିତ୍ସା କରା ନଗଲେ ତାର ମୃତ୍ୟୁ ଘଟିପାରେ ବୋଲି ରେଞ୍ଜର ଗିରିଧାରୀ ପଧାନଙ୍କୁ ଜଣାଇଥିଲେ। ଲୋକେ ଏହା ମଧ୍ୟ ରେଞ୍ଜର ଙ୍କୁ କହିଥିଲେ କି ଧାନ ଅମଳ ପୂର୍ବରୁ ୧୫ ଟିକିଆ ହାତୀପଲ ମଧ୍ୟରୁ ଏକ ଦନ୍ତା ବିଲରେ ପଶି ଧାନ ଖାଇଥିଲା l ଦନ୍ତାହାତୀ ଧାନ ଫସଲ ଖାଇବା ବେଳେ କେହି ଗୁଳିମାଡ କରିଥିବା ଲୋକେ ଅପପ୍ରଚାର କରିଦେଇଥିଲେ। ଏହି ଖବର ପାଇ ରେଞ୍ଜର ବାମରା ଡିଏଫଓ ଶ୍ରୀ ସାହୁ ଙ୍କୁ ଜଣାଇଥିଲେ। ଶ୍ରୀ ସାହୁ ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ ଏବଂ ରେଞ୍ଜର ଗିରିଧାରୀ ପ୍ରଧାନ ଙ୍କ ସମେତ ୭/୮ ଜଣ ଫରେଷ୍ଟର, ୧୦/୧୫ ଜଣ ଫରେଷ୍ଟ ଗାର୍ଡ ଏବଂ ବିଟ ଗାର୍ଡ ମାନଙ୍କୁ ନେଇ ଗତକାଲି ଠାରୁ ଜଙ୍ଗଲ ମଧ୍ୟରେ ଡେରା ପକାଇଥିଲେ। ତେବେ ସେଭଳି କିଛି ହାତୀଙ୍କ ସହ ହୋଇନଥିବା ନେଇ ଡିଏଫଓ ଶ୍ରୀ ସାହୁ ଗଣପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ