Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଉଚ୍ଚ ବିଦ୍ୟାଳୟର ଏକଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ବୁଧବାର ଏକ ଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଜୋନ-୧ ସଭ୍ୟା ସୁଜାତା ଖୁଣ୍ଟିଆ ଯୋଗଦାନ କରି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାକୁ ମଶାଲ ଜାଳି ଓ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ବଡରମା ସରପଞ୍ଚ ବିଜୟ କୁମାର ନାୟକ, ଭlରପ୍ରlପ୍ତ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ ପ୍ରମୁଖ ଯୋଗଦାନ କରି କ୍ରୀଡାର ମହତ୍ତ୍ଵ ବାବଦରେ ଆଲୋକପାତ କରିଥିଲେ। ଏଥିରେ ଉଚ୍ଚ ଡିଆଁ, ଲମ୍ବଡିଆଁ, ଦୌଡ଼, ପୁଚି, ଫୁଟବଲ୍, କବାଡି, ଖୋଖୋ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ପ୍ରକାଶ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ଅଧ୍ୟକ୍ଷତା କରିଥିବା ବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ୟ କୁମାର ନାୟକ, ଷଣ୍ଢପଥର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିର୍ଥରlଜ ନାୟକ, ବଞ୍ଜରି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳମଣି ଝlଙ୍କର, ଉର୍ମିଳା ସିଂହ ମହାପାତ୍ର, ଶ୍ୟମସୁନ୍ଦର ଭୋଇ, ମମତା ପଣ୍ଡା, ସୁଧୀର ପଣ୍ଡା, ହିମlଦ୍ରି କଂଶରାଲି, ଅଳକl ପଟେଲ, ଅଚୂତା ପ୍ରଧାନ, ଚଉବେଦି ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡା ଶିକ୍ଷକ ପ୍ରଦୀପ ପଟେଲ, ନାରାୟଣ ପ୍ରଧାନ ଓ ଶିବ ନାରାୟଣ ବେହେରା ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ସ୍ୱରୂପl ମାଝୀ ସ୍ବାଗତ ଓ ମଞ୍ଚପରିଚାଳନା କରିଥିବା ବେଲେ ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ