Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଉ ସାଧୁଛି ଅଦିନିଆ ବର୍ଷା, ଚାଷୀ ମୁଣ୍ତ ରେ ଚଡ଼କ

ଜମନକିରା : ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ। ଗତ ୩ଦିନ ହେଲା କୋହଲା ପାଗ ସାଙ୍ଗକୁ ଗତ ରାତିସାରା ଝିପି ଝିପି ବର୍ଷା ଚାଷୀ କୁଳକୁ ଚିନ୍ତାରେ ପକାଇଛି।
ସୂଚନା ଯୋଗ୍ୟ ଯେ, ଚଳିତ “ମିଗଯୋମ” ଲଘୁଚାପ ବର୍ଷା ପ୍ରଭାବ ଜନିତ କାରଣରୁ ପଶ୍ଚିମ ଓଡ଼ିଶା ସମେତ ସମ୍ବଲପୁର ଜିଲ୍ଲା ମଧ୍ୟ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ନଥିବା ବେଳେ ଗତରାତି ତମାମ ବର୍ଷା କାରଣରୁ ଜମନକିରା ବ୍ଲକ ଅଞ୍ଚଳ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇ ନେଇ ସୂଚନା ମିଳିଛି। ଅନେକ ଚାଷୀ ଧାନ ଅମଳ କରି ଖଳାରେ ପଲିଥିନ ଢାଙ୍କି ରଖିଥିବା ସତ୍ତ୍ବେ ବର୍ଷାରେ ଭିଜି ଯାଇଥିବାରୁ ଧାନମଣ୍ଡି କୁ ବିକ୍ରି ପାଇଁ ନେଇ ପାରୁନଥିବା ସ୍ଥଳେ କେବେ ଶୁଖିବ ଧାନ ଆଉ କେବେ ବିକିବେ ସେଇ ନେଇ ଚିନ୍ତାରେ ଚାଷୀ। କାହିଁକି ନା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଟୋକନ ଅବଧି ସମାପ୍ତ ପରେ ଚାଷୀ ଙ୍କୁ ଧାନ ବିକିବା ବ୍ୟବସ୍ଥା ଆଉ କିଛି ବିକଳ୍ପ ନାହିଁ। ଆଉ କେତେକ ସ୍ଥଳେ ଚାଷୀ ତାର କ୍ଷେତରୁ ମଧ୍ୟ ଧାନ ଆଣି ପାରି ନାହିଁ। ଯାହାକି ଏ ଅଦିନିଆ ବର୍ଷାରେ ଧାନ କେଣ୍ଡା ସହ ଭିଜି ଗଜା ହେବାର ସମ୍ଭାବନା ଦେଖା ଦେଇଛି।ପାଣି ପାଗ ବିଭାଗର କୌଣସି ସୂଚନା ନଥିବା ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଜମନକିରା ଅଞ୍ଚଳରେ ହୋଇଥିବା ଗତ ରାତି ର ବର୍ଷା ଚାଷୀ ର ମେରୁଦଣ୍ଡ ସମ୍ପୂର୍ଣ ଦୋହଲାଇ ଦେଇଥିବା ଚାଷୀ ନେତା ଦିଲୀପ ପଟେଲ ପ୍ରକାଶ କରିଛନ୍ତି। ଏଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ମହଲରେ ଦାବି ହେଉଛି।