Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀ ସଫା କରିବା ପାଇଁ ଦାବି

ଆମ ଗାଁ ପଦ୍ମପୁର ପୋଖରୀ ଏବେ ପ୍ରଦୂଷିତ….।କେବେ ହେବ ସଫେଇ? ପୂର୍ବରୁ ଗାଁରେ ଥିବା ପୋଖରୀକୁ ପରିଷ୍କାର କରାଯାଉଥିଲା।ଆଉ ପୋଖରୀ ଲାଗି ମଧ୍ୟ ଜଳ ସମସ୍ୟାରୁ ମୁକ୍ତି ମିଳୁଥିଲା।ଏବେ ପୁନରୁଦ୍ଧାର ନାମରେ ଦୁର୍ନୀତି ଅଭିଯୋଗ ହୋଇଥିବା ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ର ବଡ଼ବନ୍ଧ।ଏହି ବନ୍ଧରେ ଦୁଇଟି ପଞ୍ଚାୟତ ପଦ୍ମପୁର ଏବଂ ଖମାପଦର ବାସିନ୍ଦା ବ୍ୟବହାର କରୁଥିଲେ।ହେଲେ ଏବେ ଘାସ, ଦଳ ମଇଳା ପାଣି ଥିବାରୁ ଏହା ଅନୁପଯୋଗୀ ହୋଇ ପଡ଼ୁଛି।
ଏହିପୋଖରୀ ଏକ ପ୍ରତିଷ୍ଠା ପୋଖରୀ।ଏଥିପାଇଁ ଅଞ୍ଚଳର ସବୁ ଯାନିଯାତ୍ରା ରେ ଏଠାର ପାଣି ବ୍ୟବହାର କରୁଥିଲେ।ଏପରିକି ପ୍ରାର୍ବଣ ଋତୁ ଆସିଲେ ଗଣେଶ ପୂଜା,ବିଶ୍ଵକର୍ମା ପୂଜା,ଦୁର୍ଗା ପୂଜା,ଅଷ୍ଟ ପ୍ରହରୀ ନାମ ଯଜ୍ଞ ଏବଂ ସବୁଠାରୁ ବଡ କଥା ପ୍ରଶାସନର ଚଇତି ପର୍ବ ହେଲେ ଏଠାରୁ ଗଙ୍ଗା ଆହ୍ଵାନ କରି ଜଳକୁ ପୂଜାର୍ଚ୍ଚନା କରାଯାଉଥିଲା।ପଦ୍ମପୁର ଅଞ୍ଚଳରେ ମଧ୍ୟ ଲୋକଙ୍କ ମଲା ଗଲା ରେ ମଧ୍ୟ ଏଠାରେ ଦଶାହ କାର୍ଯ୍ୟ ସହ ପିଣ୍ଡ ଦାନ କାର୍ଯ୍ୟ ମଧ୍ୟ ହୋଇଥାଏ।ହେଲେ ଏବେ ଏ ପୋଖରୀ ର ଜଳ ଦୂଷିତ ହୋଇଯାଇଛି।ଲୋକେ ଗାଧେଇଲେ କାଛୁ କୁଣ୍ଡିଆ,ଥଣ୍ଡା ଖାସ,ମାଲେରିଆ ସହ ଡେଙ୍ଗୁ ଜ୍ଵର ମଧ୍ୟ ହେଉଛି ବୋଲି ଅଭିଯୋଗ ହୋଇଛି। ଅନେକ ବାର ପ୍ରଶାସନକୁ କୁହାଯାଉଛି ହେଲେ ବି ହୋଇ ପାରୁନି ପୁନରୁଦ୍ଧାର । ଉଭୟ ପଦ୍ମପୁର , ଖାମାପଦର୍ ପାଇଁ ଗାଧେଇବା ପାଇଁ ତୁଠ ନିର୍ମାଣ ପାଇଁ ଦାବି କରାଯାଇଥିଲା।କିନ୍ତୁ ପରିତାପର ବିଷୟ ଏଠାରେ ବ୍ଲକ ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା।ହେଲେ ଏ ବନ୍ଧ ନିର୍ମାଣ ଟଙ୍କା ମଧ୍ୟ ଟଙ୍କା ଆତ୍ମସାତ ହୋଇଥିବା ଲୋକେ ସେହି ସମୟ ରେ ମଧ୍ୟ ଅଭିଯୋଗ କରିଥିଲେ ।
ତେବେ ଏହି ବଡ ପୋଖରୀର ପୁନରୁଦ୍ଧାର ପୁଣି ଥରେ କରାଯାଉ।ହେଲେ ଲୋକେ ଉଭୟ ପଦ୍ମପୁର ଏବଂ ଖମାପଦର ଲୋକେ ଉପକୃତ ହୋଇ ପାରିବେ।ଆଉ ଖରା ଦିନ ରେ ଜଳ ସମସ୍ୟା ହୋଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ