ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କଲେଜ ପଡିଆ ରେ ନୂଆ ଓଡିଶା ର କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ ଙ୍କ ଅଧ୍ୟକ୍ଷତାରେ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଉଲୁଣ୍ଡା ପଞ୍ଚାୟତ ସରପଞ୍ଚ ରଶ୍ମୀତା ଭୋଇ , ଯୁକ୍ତ ଦୁଇର ଅଧ୍ୟକ୍ଷ ରମାକାନ୍ତ ବିଶି , ନୋଡାଲ ଅଫିସର ଦୁର୍ଗାଚରଣ ସାହୁ ଯୋଗ ଦେଇଥିଲେ । ଅଧ୍ୟାପକ ଦୁର୍ବାସା ପଧାନ ସଭା ପରିଚାଳନା କରିଥିଲେ । ଏହି ଅବସରରେ ୧୦୦ମି ଦୌଡ଼ , ୨୦୦ମି ଦୌଡ଼ , ଫୁଟବଲ , କବାଡି , ଡିସକସ୍ ଥ୍ରୋ , ସଟ୍ ଫୁଟ୍ , ଉଚ୍ଚ ଡିଆ , ଲମ୍ବ ଜମ୍ପ ଆଦି ସହ ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।
ଉଲୁଣ୍ଡା କଲେଜ ପଡିଆରେ କ୍ରୀଡା ଉତ୍ସବ ଅନୁଷ୍ଠିତ
