Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା ସହ ସାମାଜିକ ଓ ରେଡକ୍ରସ କାର୍ୟକ୍ରମ

ଜମନକିରା : କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ଅଧ୍ୟକ୍ଷତାରେ ଆଜି ଶୁକ୍ରବାର ଓଡିଶା ସରକାରଙ୍କ ଯୁବ ଓଡିଶା ନବୀନ ଓଡିଶା ସହ ସାମାଜିକ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା ରେଡକ୍ରସର ସକ୍ରିୟ ସଭ୍ୟ ଡା. ରାଜାରାମ ଷଡଙ୍ଖୀ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଦୈବିଦୁର୍ବିପାକ ବିଷୟରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାଏକ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୁବ ଓଡିଶା ନବୀନ ଓଡିଶା କାର୍ୟକ୍ରମ ଭାଗ ନେଇ ନିଜର ଲୁକ୍କାଇତ ପ୍ରତିଭାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। ନୋଡାଳ ଅଧିକାରୀ କୃଷ୍ଣଚନ୍ଦ୍ର ପୂଝାରୀ ପ୍ରତ୍ୟକ୍ଷ ତତ୍ତ୍ବାବଧାରେ ନିକଟସ୍ଥ ଶିବ ମନ୍ଦିରକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହ ସଫାସୁତୁରା ସହ ପଲିଥିନ ମୁକ୍ତ କରିଥିଲେ। ରେଡକ୍ରସ ଦାୟିତ୍ବରେ ଥିବା ଅଧ୍ୟାପକ ସତ୍ୟନାରାରଣ ପଟେଲ ଅତିଥୀ ପରିଚୟ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ, ଅଧ୍ୟାପକ ସୁଧୀର କୁମାର ନାଏକ, ଅସିମ କୁମାର ପରୁଆ ଉପସ୍ଥିତ ରହି ସହଯୋଗ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିବା ବେଲେ ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ