Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ରେ ସାମାଜିକ ଓ ରେଡକ୍ରସ କାର୍ଯ୍ୟକ୍ରମ

ସମ୍ବଲପୁର(କୁଚିଣ୍ଡା):କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଓଡିଶା ସରକାରଙ୍କ ଯୁବ ଓଡିଶା ନବୀନ ଓଡିଶାର ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା ରେଡକ୍ରସର ସକ୍ରିୟ ସଭ୍ୟ ଡା ରାଜାରାମ ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୈବିଦୁର୍ବିପାକ ଓ ପ୍ରାଥମିକ ଚିକିତ୍ସା ବିଷୟରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଯୁବ ଓଡିଶା ନବୀନ ଓଡିଶା କାର୍ୟକ୍ରମ ଭାଗ ନେଇ ନିଜର ଲୁକ୍କାଇତ ପ୍ରତିଭା କୁ ଉନ୍ନୋଚନ କରିବା କୁ ପରାମର୍ଶ ଦେଇଥିଲେ। ନୋଡାଳ ଅଧିକାରୀ କୃଷ୍ଣଚନ୍ଦ୍ର ପୂଝାରୀ ପ୍ରତ୍ୟକ୍ଷ ତତ୍ତ୍ବାବଧାରେ ନିକଟସ୍ଥ ଶିବ ମନ୍ଦିର କୁ ଯାଇ ଛାତ୍ର ଛାତ୍ରୀମାନଙ୍କ ସହ ସଫାସୁତୁରା ସହ ପଲିଥିନ ମୁକ୍ତ କରିଥିଲେ। ରେଡକ୍ରସ ଦାୟିତ୍ବ ରେ ଥିବା ଅଧ୍ୟାପକ ସତ୍ୟନାରାରଣ ପଟେଳ ଅତିଥୀ ପରିଚୟ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ,ଅଧ୍ୟାପକ ସୁଧୀର କୁମାର ନାଏକ,,ଅସିମ କୁମାର ପରୁଆ ଉପସ୍ଥିତ ରହି ସହଯୋଗ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିବା ବେଲେ ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।