Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଉ ସାଧୁଛି ଅଦିନିଆ ବର୍ଷା, ଚିନ୍ତାରେ ଚାଷୀ

ଜମନକିରା : ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ। ତିନି ଦିନ ହେଲା କୋହଲା ପାଗ ସାଙ୍ଗକୁ ଗତ ଦୁଇ ରାତିସାରା ଝିପି ଝିପି ବର୍ଷା ଚାଷୀ କୁଳ କୁ ଚିନ୍ତା ରେ ପକାଇଛି।
ପ୍ରକାଶ ଥାଉ କି “ମିଗଯୋମ” ପ୍ରଭାବରେ ପଶ୍ଚିମ ଓଡ଼ିଶା ସମ୍ବଲପୁର ଜିଲ୍ଲା କୁ ପଡ଼ିବ ବୋଲି ପାଣିପାଗ ବିଭାଗର କୌଣସି ସୂଚନା ନଥିବା ବେଳେ ଗତ ରାତିର ବର୍ଷା ଚାଷୀ କୁଳକୁ ବହୁ କ୍ଷୟ କ୍ଷତି ପହଞ୍ଚେଇଛି। ଅନେକ ଚାଷୀ ଧାନ ଅମଳ କରି ଖଳାରେ ପଲିଥିନ ଢାଙ୍କି ରଖିଥିବା ସତ୍ତ୍ବେ ବର୍ଷାରେ ଭିଜି ଯାଇଥିବାରୁ ଧାନ ମଣ୍ଡିକୁ ବିକ୍ରି ପାଇଁ ନେଇ ପାରୁନଥିବା ସ୍ଥଳେ କେବେ ସୁଖିବ ଧାନ ଆଉ କେବେ ବିକିବେ ସେଇ ଚିନ୍ତା ରେ ଚାଷୀ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଟୋକନ ଅବଧି ସମାପ୍ତ ପରେ ଚାଷୀ ଙ୍କୁ ଧାନ ବିକିବା ବ୍ୟବସ୍ଥା ଆଉ କିଛି ନାହିଁ। ଆଉ କେତେକ ସ୍ଥଳେ ଚାଷୀ ତାର କ୍ଷେତ ରୁ ମଧ୍ୟ ଧାନ ଆଣି ନାହିଁ। ଯାହାକି ଏ ଅଦିନିଆ ବର୍ଷାରେ ଭିଜି ଗଜା ହେବା ନିଶ୍ଚିତ ଦେଖା ଦେଇଛି। ପାଣିପାଗ ବିଭାଗର କୌଣସି ସୂଚନା ନଥିବା ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଜମନକିରା, କୁଚିଣ୍ଡା ଏବଂ ବାମରା ଅଞ୍ଚଳରେ ହୋଇଥିବା ଗତ ରାତି ର ବର୍ଷା ଚାଷୀର ମେରୁଦଣ୍ଡ ସମ୍ପୂର୍ଣ ଦୋହଲାଇ ଦେଇଥିବା କୁଚିଣ୍ଡା ଉପଖଣ୍ଡ କୃଷକ ସୁରକ୍ଷା ସଂଗଠନର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ସରକାରଙ୍କ ରାଜସ୍ବ ବିଭାଗ ଓ କୃଷି ବିଭାଗ ଚାଷୀଙ୍କ କ୍ଷୟ କ୍ଷତି ଆକଳନ କରି ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ