ଜୁଆ ଆଡ୍ଡା ଉପରେ ଚଢାଉ, ୬ କୋର୍ଟ ଚାଲାଣ, ୨୨ହଜାର ୨୧୦ଟଙ୍କା ଜବତ


ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ସଦର ମହକୁମା ସ୍ଥିତ ବଳବସପୁର ଚାହାବାଗାନ ଠାରେ ଚାଲୁଥିବା ଜୁଆଖେଳ ଉପରେ ଚଢ଼ାଉ କରି ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜମନକିରା କଦଳୀମୁଣ୍ଡାର ଶ୍ରୀକାନ୍ତ ବେହେରା(୪୪), ଜମନକିରା ରାଧାକୃଷ୍ଣପଡ଼ାର ଗଣେଶ ସାହୁ(୪୩), ଜମନକିରା ଜଗନ୍ନାଥପଡ଼ାର ସିକନ୍ଦର ମହାକୁଲ(୩୬), ଜମନକିରା କଦଳିମୁଣ୍ଡାର ସଞ୍ଜୟ ମହାକୁଲ ଓରଫ ଦିନେଶ(୨୮), ଜମନକିରା ବ୍ଲକ ବୁଦେଳକାନି ଗାଁର କୃଷ୍ଣଚନ୍ଦ୍ର ବାରିକ(୪୨) ଏବଂ କୁଚିଣ୍ଡା ଥାନା ଖମାରବହାଲ ଗାଁର ନରେଶ ଧୁରୁଆ(୪୬) ପ୍ରମୁଖ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସ ସୂତ୍ରରୁ ସୂଚନା ଅନୁଯାଇ, ଗତ କାଲି ୮ ତାରିଖ ଦିନ ବିଶେଷ ସୂତ୍ରରୁ ଖବର ପାଇ ଜମନକିରା ଥାନା ଅଧିକାରୀ ଓ ପେଟ୍ରୋଲିଙ୍ଗ ଷ୍ଟାଫ ସହ ମିଶି ଜମନକିରା ଅଞ୍ଚଳର ବଲବସପୂର ନିକଟସ୍ଥ ଚାହାବାଗାନ ଜଙ୍ଗଲ ପାଖରେ ଜୁଆ ଖେଳୁଥିବା ସମୟରେ ଜୁଆଆଡ୍ଡା ରେ ଚଢାଉ କରିଥିଲେ। ଚଢ଼ାଉ ବେଳେ ଘଟଣା ସ୍ଥଳରୁ ୨୨ ହଜାର ୨୧୦ ଟଙ୍କା, ୩ ଗୋଟି ମୋବାଇଲ ଫୋନ, ୩ ଗୋଟି ମୋଟର ସାଇକେଲ, ଗୋଟିଏ ତାରପୋଲିନ, ଗୋଟିଏ ତାସ ସେଟ ( ୫୫ ଟି ପତା) ଉକ୍ତ ୬ ଜଣଙ୍କ ପାଖରୁ ଜବତ କରିଥିଲେ।ଏହି ସଂକ୍ରାନ୍ତ ରେ ଜମନକିରା ଥାନା କେସ ନମ୍ବର ୧୭୨/୨୩ u/s 420(b)/34 IPC / 3 OPG Act ରେ ରୁଜୁ କରାଯାଇ ହୋଇ ଅଧିକ ତଦନ୍ତ ଜାରି ରହିଛି। ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।