Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବ୍ଲକ୍ ସ୍ତରୀୟ ଖେଳ ପ୍ରତିଯୋଗୀତା

ଲକ୍ଷ୍ମୀପୁର ୦୯/୧୨ ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବ୍ଲକ୍ ସ୍ତରୀୟ ଖେଳ ପ୍ରତିଯୋଗୀତା ଆଜି ବ୍ଲକ୍ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ କୋରାପୁଟ ର ପୂର୍ବତନ ସାଂସଦ ଝୀନ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ବୁର୍ଜା ସରପଞ୍ଚ ଜଲି ମୀଣିଆକା,ପିପଳ ପଦର୍ ସରପଞ୍ଚ ଚିନ୍ତ ମାଣ୍ଡିଙ୍ଗା,କୁଟିଙ୍ଗା ସରପଞ୍ଚ ସୁଲୋଚନା ମାଝୀ,ପଞ୍ଚଡା ସରପଞ୍ଚ ପ୍ରିୟଙ୍କା ଜାନୀ ଓ ପ୍ରଭାସିନୀ ମାଣ୍ଡିଂଗା ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଖେଳ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିଥିଲେ।ଏହି ପ୍ରତିଯୋଗିତା ଚାରି ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରଥମ ଦିନ ଫୁଟବଲ୍, ଦୂତୀୟ ଦିନ କବାଡି,ତୃତୀୟ ଦିନ ଭଲିବଲ୍ ଓ ଶେଷ ଦିନ କ୍ରିକେଟ୍ ପ୍ରତିଯୋଗିତା ରଖାଯାଇଛି।ଏହି ପ୍ରତିଯୋଗିତାରେ ବ୍ଲକ୍ ରେ ଥିବା ସମସ୍ତ ତେରଟି ପଞ୍ଚାୟତର ୧୩ ରୁ ୩୫ ବର୍ଷୀୟା ଖେଳାଳି ଭାଗ ନେବା ସକାଶେ ଅନ ଲାଇନ ମାଧ୍ୟମରେ ଆବେଦନ କରାଯାଇଛି ।ଆଜି ପ୍ରଥମ ଦିନରେ ୧୬ଟି ଟିମ୍ ଭାଗ ନେଇଥିଲେ ବେଳେ ଏହି କାର୍ଯ୍ୟକ୍ରମକୁ ବିଡିଓ ଗୁରେଶ୍ୱର୍ ଭୋଇ ପରିଚାଳନା କରିଥିଲେ।ବିଏସ୍ ଏସ୍ ଓ ଅଂଶୁମାନ ବେହେରା,ବ୍ଲକ୍ ସମ୍ପ୍ରସାରଣ ଅଧିକାରୀ ଭାବତୋସ ସ୍ଵାଇଁ,ଯୋଗାଣ ଅଧିକାରୀ ପ୍ରଭାସ ରଞ୍ଜନ ଶତପଥୀ,ଜପିଓ ସୁଧୀର ବେହେରାଙ୍କ ସମେତ ବ୍ଲକ୍ ଓ ଓଡ଼ିଶା ଜୀବିକା ମିଶନ ର କର୍ମଚାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସହଯୋଗ କରିଥିଲେ।ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ମାନେ ଏଥିରେ ଯୋଗ ଦେଇ ନିଜ ନିଜ ଦାୟିତ୍ଵ ତୁଲାଇଥିବା ବେଳେ କିଛି ସମୟ ଧରି ଖେଳ ପରିଚାଳନାରେ କିଛି ଖେଳ ସରଞ୍ଜାମକୁ ନେଇ
ବିଭ୍ରାଟ ଦେଖା ଦେଇଥିଲା।ଫଳରେ ଖେଳ ପ୍ରତିଯୋଗିତା ବିଳମ୍ବରେ ଆରମ୍ଭ ହୋଇଥିଲା।