Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମୁକାବିଲା, ଜାଣନ୍ତୁ କେତେବେଳେ ଏବଂ କେଉଁ ଚ୍ୟାନେଲରେ ଦେଖି ପାରିବେ ମ୍ୟାଚ୍

ନୂଆଦିଲ୍ଲୀ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡରବନରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଭାରତୀୟ ଦଳର ନେତୃତ୍ଵ ସୂର‌୍ୟ୍ୟକୁମାର ଯାଦବ ନେଉଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳୁଛନ୍ତି ଆଡନ ମାରକ୍ରମ। ଡରବାନର ପିଚ୍ କେମିତି ରହିବ ? କଣ ଏହି ପିଚରେ ବ୍ୟାଟର ସହଜରେ ରନ କରି ପାରିବେ କିମ୍ବା ବୋଲରଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିବ ?

ରେକର୍ଡ ଅନୁସାରେ ଡରବନର ପିଚ୍ ବ୍ୟାଟିଂ ଅନୁକୂଳ ଅଟେ। ଏଠାରେ ବ୍ୟାଟର ସହଜରେ ରନ ସଂଗ୍ରହ କରିଥାନ୍ତି। ଏହି ପିଚରେ ହାରାହାରି ସ୍କୋର ହେଉଛି ୧୭୦ ରନ। ଏହା ବୋଲରଙ୍କ ପାଇଁ ନିଶ୍ଚିତ ରୂପେ ନିରାଶଜନକ। ଏଠାରେ ଟସ୍ ଜିତୁଥିବା ଦଳ ସର୍ବଦା ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥାନ୍ତି। ଗତ ରେକର୍ଡ ଉପରେ ନଜର ପକାଇଲେ ଡରବନରେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ସହଜରେ ଲକ୍ଷ୍ୟ ପିଛା କରିବାରେ ସଫଳ ରହିଛନ୍ତି। ତେଣୁ ଯିଏ ଟସ୍ ଜିତିବ ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି। ପିଚରେ ବୋଲରଙ୍କୁ ବାଉନ୍ସ ମିଳିଥାଏ, ଯାହା ବ୍ୟାଟରଙ୍କୁ କିଛିଟା ଅଡୁଆରେ ପକାଇଥାଏ।

କେମିତି ଦେଖିବେ ମ୍ୟାଚ୍ ?

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାକୁ ଦର୍ଶକ ଷ୍ଟାରସ୍ପୋର୍ଟ୍ସ ନେଟଓ୍ଵର୍କରେ ସିଧାପ୍ରସାରଣ ଦେଖି ପାରିବେ। ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ୍ ହଟଷ୍ଟାରରେ ମଧ୍ୟ ଦର୍ଶକ ମ୍ୟାଚର ସିଧାପ୍ରସାରଣ ଦେଖି ପାରିବେ। ଅର୍ଥାତ ଭାରତୀୟ କ୍ରିକେଟ୍ ପ୍ରେମୀ ଡିଜନୀ ପ୍ଲସ୍ ହଟଷ୍ଟାରରେ ଲାଇଭ ଷ୍ଟ୍ରିମିଂ ଦେଖି ପାରିବେ। ଡିଜନୀ ପ୍ଲସ୍ ହଟଷ୍ଟାରରେ ଭାରତୀୟ ପ୍ରଶଂସକ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅନେକ ଆଞ୍ଚଳିକ ଭାଷାରେ ମ୍ୟାଚର ମଜା ଉଠାଇ ପାରିବେ।

ଭାରତର ସମ୍ଭାବିତ ଏକାଦଶ

ଯଶସ୍ଵୀ ଜୟସଓ୍ଵାଲ, ଶୁଭମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ମୁକେଶ କୁମାର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ।

ଦକ୍ଷିଣ ଆଫ୍ରିକାର ସମ୍ଭାବିତ ଏକାଦଶ

ରିଜା ହେଣ୍ଡ୍ରିକ୍ସ, ମାଥ୍ୟୁ ବ୍ରିଟଜେକ୍, ଆଡନ ମାରକ୍ରମ(ଅଧିନାୟକ), ହେନରିକ କ୍ଲାସେନ, ଟ୍ରିଷ୍ଟିୟନ ଷ୍ଟବ୍ସ, ଡେଭିଡ୍ ମିଲର, ମାର୍କୋ ଜନସେନ, ଗେରାଲ୍ଡ କୋଏତଜି, କେଶବ ମହାରାଜ, ଲିଜାଦ ଓ୍ଵିଲିୟମ୍ସ ଓ ତବରେଜ ସମ୍ସି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ