Olympic Gold Medal Theft: ଚୋରି ହେଲା ୧୯୮୦ ମସ୍କୋ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପୂର୍ବତନ ହକି ଅଧିନାୟକ
ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଏମ୍.ଏମ୍. ସୋମାୟାଙ୍କ ଘରୁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ମିଳିଥିବା ସ୍ୱର୍ଣ୍ଣ ପଦକ ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି। ଗତ ମାସରେ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଘଟଣାରେ ହସ୍ତକ୍ଷେପ କରି ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପାଇଁ ସହଯୋଗ କରିବାକୁ ସୋମାୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାରେ ତାଙ୍କ ସହାୟତା ଲୋଡ଼ିବା ସହ ଚୋରି ହୋଇଥିବା ଅଲିମ୍ପିକ୍ସ ପଦକ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

