Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୧୯ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗତକାଲି ବାର୍ଷିକୀ ଉତ୍ସବ ବଡ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ସାଲେଗ୍ରାମ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କିପରି ଶିକ୍ଷାର୍ଥୀଙ୍କ ପାଇଁ ପ୍ରଣୟନ କରାଯାଇଛି, ସେ ନେଇ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଜମନକିରା ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ ବରିଷ୍ଠ ଅଧ୍ୟାପିକା ଅରୁଣା ମିଶ୍ର ଯୋଗଦେଇ ଶିଶୁ ବିଦ୍ୟା ମନ୍ଦିର ଏକ ବିଦ୍ୟାଳୟ ନୁହେଁ ବରଂ ଏହା ଏକ ବିଚାର ଧାରା। ମୁଖ୍ୟତଃ ଏହା ଭାରତୀୟ ସଂସ୍କୃତି ଓ ସଂସ୍କାର ଉପରେ ଆଧାରିତ। ଆଚାର ବିଚାର ଓ ସଂକଳ୍ପ କରିବା। ସମୟର ସଦୁପଯୋଗ କରିବା। ସମାଜ ତଥା ଦେଶର କଲ୍ୟାଣ କରିବା ସହ ଛାତ୍ରୀଛାତ୍ର ମାନେ କିପରି ସ୍ୱାବଲମ୍ବନଶଲତା ହୋଇ ପାଠ ପଢିବା ସଙ୍ଗେ ସଙ୍ଗେ ଚରିତ୍ର ଗଠନ ସୁଦିଗରେ କରି ପାରିବେ, ସେନେଇ ବିସ୍ତୃତ ଭାବେ ବକ୍ତବ୍ୟରେ ବର୍ଣ୍ଣନା କରିଥଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ ୧ସଭ୍ୟା ସୁଜାତା ଖୁଣ୍ଟିଆ ଯୋଗ ଦେଇ ଛାତ୍ରୀଛାତ୍ର, ଅବିଭାବକ, ଅଵିଭାବିକା ଏବଂ ଗୁରୁଜୀ ଗୁରୁମା ମାନଙ୍କୁ ଗୁଣବତ୍ତା ଶିକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସଙ୍କୁଳ ପ୍ରମୁଖ ପ୍ରଫୁଲ୍ଲ କୁମାର ସାହୁ, ସଙ୍କୁଳ ସଂଯୋଜକ ତଥା କୁଚିଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ ଶତପଥୀ ପ୍ରମୁଖ ମଞ୍ଚାଷିନା ଥିଲେ। ପ୍ରଧାନ ଆଚାର୍ଯ୍ୟ ସୁରଳୀ ମିଶ୍ର ସ୍ବାଗତ ଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପରିଚାଳନା କମିଟିର ସମ୍ପାଦକ ନାରାୟଣ ସାହୁ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ। ସହକାରୀ ଅଚାର୍ଯ୍ୟା ଛବିରାଣି ଗଡ଼ନାୟକ ପରିଚାଳନାରେ ସହଯୋଗ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରୁ ସ୍ବାଗତ ସଙ୍ଗୀତ ସହ ଦୀପ ପ୍ରଜ୍ବଳନ ଓ ପୁଷମାଲ୍ୟ ପ୍ରଦାନ କରାଯାଇଥିଲା। ସଭା କାର୍ଯ୍ୟ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।
ଶେଷରେ ବରିଷ୍ଠ ଆଚାର୍ୟା ସସ୍ମିତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ଵାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ ଓ ମନୋରଞ୍ଜନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ପଦ୍ମନାଭ ମହାକୁଲ, ଉମାକାନ୍ତ ରଣା, ଅନିତା ଭୋଇ, ମନୀଷା ଦେହୁରୀ, ଡିଲେଶ୍ୱରି ଖମାରୀ, ରୀନା ବେହେରା, ଅମିତା ବେହେରା, ଲିଲି ଭୋଇ, ପ୍ରତିଭା ନାୟକ, ଅମ୍ବିକା ପଧାନ, ମିନତି ପାଣିଗ୍ରାହୀଙ୍କ ସମେତ ସ୍କୁଲର ସମସ୍ତ ଗୁରୂମା, ଗୁରୁଜୀ, ଅବିଭାବକ, ଅବିଭାବିକା ପ୍ରମୁଖ ସହଯୋଗ କରିଥିଲେ।