Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟକୁ ଫେରିଲା ଶୀତ, ୧୫ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ; କେନ୍ଦୁଝରରେ ସର୍ବନିମ୍ନ

ଭୁବନେଶ୍ୱର: ବାତ୍ୟା ମିଗଜୋମ ଯିବା ପରେ ରାଜ୍ୟକୁ ଫେରିଛି ଶୀତ। ସାରା ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି। ରାଜ୍ୟର ୧୫ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି ।  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ଅନୁଯାୟୀ, ରବିବାର କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଥିଲା। ଏହାପରେ ଦାରିଙ୍ଗବାଡିରେ ପାରଦ ୧୦.୦୫ ଡିଗ୍ରୀ ରେକର୍ଡ ହୋଇଛି । ଏହିପରି  ଫୁଲବାଣୀରେ ୧୦, କୋରାପୁଟରେ ୧୧.୦୪ ଡିଗ୍ରୀ, ବାରିପଦାରେ ତାପମାତ୍ରା ୧୨.୪ ଓ ଝାରସୁଗୁଡ଼ାରେ ୧୨.୬ ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳ ଓ ସୁନ୍ଦରଗଡ଼ରେ ପାରଦ ୧୩ ଡିଗ୍ରୀ ଏବଂ ଭବାନୀପାଟଣାରେ ୧୩.୬ ଡିଗ୍ରୀ ରହିଛି। ଟ୍ଵିନ ସିଟି ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା ୧୫ ଡିଗ୍ରୀକୁ ଖସିବାରୁ ରାତିରେ ଅଧିକ ଶୀତ ଅନୁଭୂତ ହୋଇଛି।

ଆସନ୍ତା ୫ ଦିନ ଯାଏଁ ଆକାଶ ମେଘମୁକ୍ତ ରହିବ। ଫଳରେ ସମଗ୍ର ରାଜ୍ୟରେ ପାରଦ ଆହୁରି କମିପାରେ। ଜାଡ଼ରେ ଥରିବେ ରାଜ୍ୟବାସୀ। ଆଗାମୀ ଦୁଇ ଦିନ ଯାଏଁ ତାପମାତ୍ରା ଖସିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ