Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫସର୍ ଫାଟିଲା ବିଧ୍ୟାୟକ ଙ୍କ ବିରୋଧ ପ୍ରତିବାଦ ମେଳି।ପଡିଆ ରେ ଫିଙ୍ଗା ଗଲା ହାଣ୍ଡି ହାଣ୍ଡି ରନ୍ଧା ଚିକେନ

ହାଟଡିହି, : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୭ ନମ୍ୱର  ଜୋନ ରେ  ଷଡ଼ଙ୍ଗ ପଞ୍ଚାୟତ ପଡିଆ ରେ ରବିବାର ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଏକ ସମାବେଶ ଆୟୋଜନ କରିଥିଲେ । ବିଧାୟକଙ୍କ ସମର୍ଥକମାନେ ପହଞ୍ଚି ତାହାକୁ ଭଣ୍ଡୁର କରିଛନ୍ତି । ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଛି।  ଷଡ଼ଙ୍ଗ କଲେଜ ପଡ଼ିଆରେ ବିଧାୟକଙ୍କ ବିପକ୍ଷ ଗୋଷ୍ଠୀ ଏକ ସମାବେଶ ପାଇଁ ଟେଣ୍ଡ ମାରିବା ସହ ଚେୟାର ପକାଇଥିଲେ। ୭ଶହରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା ହୋଇଥିଲା। ଦିନ ଗୋଟାଏ ବେଳେ ଷଡ଼ଙ୍ଗ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ବିଧାୟକଙ୍କ ସମର୍ଥକ ପହଞ୍ଚି ଏଠାରେ କୌଣସିମତେ ସମାବେଶ ହୋଇପାରିବ ନାହିଁ। ତୁରନ୍ତ ସ୍ଥାନ ଛାଡ଼ିବାକୁ ଧମକ ଦେଇଥିଲେ। ବିଧାୟକ, ବ୍ଳକ୍ ଅଧ୍ୟକ୍ଷା, ଜିଲ୍ଲାପରିଷଦ ସଭ୍ୟ, ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଆସି ନଥିବାରୁ ସଭା ହୋଇପାରିବ ନାହିଁ ବୋଲି କହିଥିଲେ । ତୁରନ୍ତ ଟେଣ୍ଟ ଖୋଲିବା ପାଇଁ ଧମକ ଦେବାରୁ ବିଧାୟକଙ୍କ ବିପକ୍ଷଗୋଷ୍ଠୀର କର୍ମକର୍ତ୍ତାମାନେ ଛାତ୍ରଭଙ୍ଗ ଦେଇଥିଲେ। ସେହିପରି ଲୋକଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟକୁ ଫିଙ୍ଗି ଦିଆଯାଇଥିଲା ।ଏ ସମ୍ପର୍କରେ ବିରୋଧୀ ଗୋଷ୍ଠୀର ଆବାହକ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ, ବିଧାୟକ ଭାଗୀରଥି ସେଠୀ ଟିକଟ କଟିଯିବା ଭୟରେ ଗୁଣ୍ଡା ଲଗାଇ ଆମ ସମାବେଶକୁ ଭଣ୍ଡୁର କରିଥିବା କହିଛନ୍ତି | ସେହିପରି ବିଧାୟକ ଭାଗୀରଥି ସେଠୀଙ୍କୁ ପଚାରିବାରୁ, କେଉଁଠି ସମାବେଶ ଆୟୋଜନ ହୋଇଥିଲା ସେ ଜାଣିନାହାନ୍ତି। କିଏ ସମାବେଶକୁ ଭଣ୍ଡୁର କଲା ସେ ସମ୍ପର୍କରେ କିଛି କ‌ହିପାରି ବେ ନାହିଁ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ