Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଢେଙ୍କା ଓ ପନ୍ଦାଡୋ ପଞ୍ଚାୟତ ରେ ବିକଶିତ ଭାରତ ସଂକଳ୍ପ ରଥ କୁ ବିପୁଳ ସମର୍ଥନ।

ହାଟଡିହି ବ୍ଲକର ଛଅ ଗୋଟି ପଞ୍ଚାୟତ ପରିକ୍ରମା ପରେ ସପ୍ତମ ରେ ଢେଙ୍କା ଓ ଅଷ୍ଟମ ରେ ପନ୍ଦାଡୋ ପଞ୍ଚାୟତ ରେ ଭାରତ ସରକାର ଙ୍କ ବିକଶିତ ଭାରତ ସଂକଳ୍ପ ରଥ କୁ ବିପୁଳ ସମର୍ଥନ ମିଳିଛି। ଏଥିରେ ଭାରତ ସରକାର ଙ୍କ ପ୍ରତିଟି ଯୋଜନା କିପରି ଗରିବୀ ଲୋକଙ୍କୁ ସିଧା ସଳଖ ମିଳି ପାରୁଛି, ଏଥିରେପ୍ରତିଟି ଭାରତୀୟ  ମାନଙ୍କର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୁଷ୍ମାନ ଭାରତ ରେ କିପରି ସୁଫଳ ପାଉଛନ୍ତି ପରେ ଉଜ୍ଵଲା ଗ୍ୟାସ ମାଧ୍ୟମ ରେ  ରୋଷେଇ ଧୁଆଁ କଷ୍ଟ ଦୂର, ଡ୍ରୋନ ମାଧ୍ୟମ ରେ ଧାନ ଫସଲ ରେ ବିଷ , ସାର ସ୍ପ୍ରେ, ଏବେ ହାଇବ୍ରିଡ ଗାଇ ମାନଙ୍କୁ କୁତ୍ରୀମ ପ୍ରଜନନ ଓ ନାବାର୍ଡ ପକ୍ଷରୁ ଲୋକ ଙ୍କୁ ଝୋଟ ଶିକ୍ଷା ପ୍ରଦାନ କରାଯାଇ ସ୍ୱାବ ଲମ୍ବି କରିବାପାଇଁ ବିଭାଗୀୟ ଅଧିକାରୀ ମାନେ ପ୍ରତି ପଞ୍ଚାୟତ ରେ ପହଞ୍ଚି ଲୋକଙ୍କୁ ବୁଝାଇ ଥିଲେ। ଏହି କାର୍ଯ୍ୟ କ୍ରମ ରେ ଢେଙ୍କା ପଞ୍ଚାୟତ ରେ ଢେଙ୍କା ସରପଞ୍ଚ ସୁବାସିନି ସେଠୀ ବ୍ଲକ କୋଡ଼ିନେଟର ଭାବରେ ଭୁବନେଶ୍ୱର ମହାପାତ୍ର, ପିଇଓ ସୁରେଶ ସେଠୀ, ଜିଆରେସ  ପ୍ରଫୁଲ୍ଲ ମାଝୀ,ରହିଥିବା ବେଳେ ଦାୟିତ୍ୱ ଅଲେଖ ଚନ୍ଦ୍ର ଦାସ, ରେବତୀ ନାୟକ, ମନ୍ଦାକିନୀ ବେହେରା, ସ୍ଵୟଂ ସହାୟକ ମହିଳା ଓ ଏମ୍ବୀକେ ସିଆରପି, ମାନେ ମଧ୍ୟ ଯୋଗ ଦେଇଥିଲେ। ପରେ ପନ୍ଦାଡୋ ପଞ୍ଚାୟତ ରେ ବ୍ଲକ ସଂଯୋଜକ ଭାବରେ ବିନୟ କୁମାର ମଲ୍ଲିକ, ମଧୁଛନ୍ଦା ଗିରି ଙ୍କ ସରପଞ୍ଚ ସସ୍ମିତା ଓଝା ପିିଇଓ ଉର୍ମିଳା ମୁର୍ମୁ ଗିରିଧାରୀ ଜେନା, ବିଶ୍ଵନାଥ ଜେନା ଚନ୍ଦ୍ରମଣି ଜେନା, ପ୍ରତାପ ଜେନା ଙ୍କ ସହ ପଞ୍ଚାୟତ ର ଏମବିକେ   ରହିଥିଲେ।  ଏହି କାର୍ଯ୍ୟକ୍ରମ କୁ ବିଜେପି କର୍ମୀ ସୁଶାନ୍ତ କୁମାର ଜେନା ବ୍ଲକ ସଂଯୋଜକ ଭାବରେ ସମ୍ପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ