Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବୀନ ଓଡ଼ିଶା ଯୁବ ଓଡ଼ିଶା “ନୂଆ – ଓ” କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ସୋମବାର ନବୀନ ଓଡ଼ିଶା ଯୁବ ଓଡ଼ିଶା “ନୂଆ – ଓ” କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଯୋଗଦାନ କରି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାକୁ ମଶାଲ ଜାଲିବା ସହ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତ ଭୋଇ, ଜିଲ୍ଲା ପରିଷଦ ଜୋନ-୧ ସଭ୍ୟା ସୁଜାତା ଖୁଣ୍ଟିଆ, ଯୁକ୍ତ ୩ ଡିଗ୍ରୀ କଲେଜ ଅଧକ୍ଷ ଅରୁଣ କୁମାର ପଟେଲ, ସହ ଶିକ୍ଷା ଅଧିକାରିଣୀ ଦେବକୀ ନାୟକ, ସରପଞ୍ଚ ବିଜୟ କୁମାର ନାୟକ, ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ, ବଚ କାଲୋ ପ୍ରମୁଖ ଯୋଗଦାନ କରି ଆଜିର ଦିନରେ ଖେଳର ମହତ୍ତ୍ଵ ଅଧିକ ଥିବା ନେଇ ବକ୍ତବ୍ୟ ଓ ଗୁରୁତ୍ଵ ଥିବା ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଉଚ୍ଚ ଡିଆଁ, ଲମ୍ବଡିଆଁ, ଦୌଡ଼, ପୁଚି, ଫୁଟବଲ୍, କବାଡି, ଖୋଖୋ, ଡିଷକସ ଥ୍ରୋ, ଜାଭେଲିନ ଥ୍ରି ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ରୀଡା ଶିକ୍ଷକ ପ୍ରଦୀପ ପଟେଲ, ନାରାୟଣ ପ୍ରଧାନ, ଶିବ ନାରାୟଣ ବେହେରା, ପ୍ରିୟ ରଂଜନ ସାଥୁଆ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଅଧ୍ୟାପିକା ସୁନୀତା ବେହେରା ସ୍ବାଗତ ସହ ମଞ୍ଚପରିଚାଳନା କରିଥିବା ବେଲେ ଅର୍ପିତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୃପ୍ତି ପଟେଲ, ମଧୁସ୍ମିତା ବେହେରା, ସଂଯୁକ୍ତା ମୁଦୁଲି, ମେଟ୍ରାନ ପ୍ରଭଞ୍ଜିନି ପଟେଲ, ଭିକାରୀ ଦେହୁରୀ, କିଶୋର ନାଏକ ଅଧ୍ୟାପିକା, ଅଧ୍ୟାପକ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।