Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମଣ୍ଡା ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ଉତ୍ସବ ଓ ଅନ୍ତଃଜିଲ୍ଲା କବି ସମ୍ମିଳନୀ

ଜମନକିରା : ଦେବଗଡ଼ ସ୍ଥିତ ସଂସ୍କୃତି ଭବନ ଠାରେ ବାମଣ୍ଡା ସାହିତ୍ୟ ସଂସଦର ସଭାପତି ମୁରଲୀଧର ନାୟକଙ୍କ ସଭାପତିତ୍ବରେ ବାର୍ଷିକ ସାରସ୍ଵତ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟାପକ ଡ.ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟଅତିଥି ଓ ସ୍ଥାନୀୟ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ଦେଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି ଅବସରରେ ଆୟୋଜିତ ଆନ୍ତଃଜିଲ୍ଲା କବି ସମ୍ମିଳନୀରେ କୁଚିଣ୍ଡାରୁ ବିଶିଷ୍ଟ କବି ସୁବାସଚନ୍ଦ୍ର ନାୟକ,bହୀରାକୁଦରୁ ଡ଼. ନିତ୍ୟାନନ୍ଦ ତ୍ରିପାଠୀ, କୋଲବିରା ରୁ ଶୋଭାଚନ୍ଦ୍ର ନାଏକ, ପିଙ୍କୁ ଦାସ, ଲଇକେରା ରୁ ରୋହିତ କୁଆର ପଟେଲ, କୀର୍ତ୍ତି ଚନ୍ଦ୍ର ବହିଦାର, କେସାଇବାହାଲର ବୀଣାପାଣି ନାଏକ, ତୁଳସୀ ମଞ୍ଜରୀ ବହିଦାରଙ୍କ ସମେତ କେନ୍ଦୁଝର ଅନୁଗୁଳ, ଦେବଗଡ଼ ଆଦି ଜିଲ୍ଲାର ଶତାଧିକ କବି ନିଜସ୍ୱ ରଚିତ କବିତା ପାଠ କରିଥିଲେ।କବି ସୁବାସ ନାୟକଙ୍କ ବାମଣ୍ଡା ଜନନୀ ଶୀର୍ଷକ କବିତା ବେଶ ଆକର୍ଷଣୀୟ ହୋଇଥିଲା। ସଂସଦର ଉପଦେଷ୍ଟା ବିଭୂତିଗଙ୍ଗ ଦେବ ଅଖଣ୍ଡ ବାମାମଣ୍ଡ ର ଏକତା ଓ ସାରସ୍ଵତ ଉତ୍ସବ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ। ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ