Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁମୁଡିବନ୍ଧ ବ୍ଳକରେ ଅଭିଯୋଗ ଶୁଣାଣି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ବାଲିଗୁଡା ଉପ ଜିଲ୍ଲାପାଳ ଏମଏସ ମଧୁମିତା ପୌରହିତ୍ୟ କରିଥିବା ବେଳେ ପିଡିଡିଆରଡିଏ ରାଜେନ୍ଦ୍ର ରଞ୍ଜିତ ଓ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାସୁଦେବ ସ୍ୱାଇଁ, ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା , ବ୍ଲକ ଅଧକ୍ଷା ବାସନ୍ତୀ ମାଝୀ, ବିଡିଓ ଲକ୍ଷ୍ମଣ ସୋରେନ, ତହସିଲଦାର ଶୁଭାଶିଷ ପାଲଟା ଉପସ୍ଥିତିରେ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣିରେ ବ୍ଲକର ୧୧ ଟି ପଞ୍ଚାୟତ ଜନସାଧାରଣଙ୍କ ମୋଟ ୩୯ ଟି ଅଭିଯୋଗର ଶୁଣାଣି ହୋଇଥିଲା । ଉକ୍ତ ଅଭିଯୋଗ ରୁ ୩୪ ଟି ବ୍ୟକ୍ତିଗତ ହୋଇଥିବା ବେଳେ ୫ ଟି ସାମୁହିକ ଅଭିଯୋଗ ଥିଲା। ବ୍ଲକର ବିଭିନ୍ନ ପଞ୍ଚାୟତ ରେ ରହିଥିବା ରାସ୍ତାଘାଟ ନିର୍ମାଣ ,ଅନ୍ତର୍ଦୟ ଯୋଜନା ରେ ସାମିଲ, ଭତ୍ତା , ଆବାସ ଯୋଜନା ରେ ଘର ଯୋଗାଇବା ,ଜମି ହିଡ ବାନ୍ଧିବା ପାଇଁ ସରକାରୀ ଯୋଜନା ଅର୍ଥ ମଞ୍ଜୁର ଓ ଘର ଡିହ ନଥିବା ବ୍ୟକ୍ତିଙ୍କୁ ଘର ଡିହ ଯୋଗାଇବା ନିମନ୍ତେ ଅଭିଯୋଗ ପ୍ରକୋଷ୍ଠ ରେ ଲିଖିତ ଭାବେ ପ୍ରଦାନ କରିଥିଲେ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗର ଉପ ନିର୍ଦେଶକ ରାମାକାନ୍ତ ଗିରି, ଶିକ୍ଷା ବିଭାଗର ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଢଙ୍ଗୀ,ବ୍ଲକ ଶିକ୍ଷାଧିକାରୀ ପବିତ୍ର ଗଡତ୍ୟା ,ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର ,କେକେଡିଏ ଏସଓ ଅମିୟ କୁମାର ମିଶ୍ର ,ଙ୍କ ସମେତ ସ୍ୱାସ୍ଥ୍ୟ ,ଗ୍ରାମ୍ୟ ପାନୀୟଜଳ ,ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ,ଗ୍ରାମ୍ୟ ଉନ୍ନୟନ ବିଭାଜନ,କୃଷି ,ଉଦ୍ୟାନ,ଜଳଛାୟା ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଶୁଣାଣୀ କାର୍ଯ୍ୟକ୍ରମରେ ସ‌ହଯୋଗ କରିଥିଲେ।