Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହାବିଦ୍ୟାଳୟ ପକ୍ଷରୁ ସ୍ବଚ୍ଛତା ଅଭିଯାନ

ଜମନକିରା : ଜମନକିରା ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ DSYS/IYDP ଦ୍ଵାରା ଆୟୋଜିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମଧ୍ୟରୁ ସ୍ୱଚ୍ଛତା ଅଭିଯାନ ସୁଚାରୁରୂପେ ସମ୍ପାଦିତ ହୋଇଯାଇଅଛି। ଏହି ଅଭିଯାନରେ ଯୁକ୍ତ ୨ର ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ମୋଟ ୨୫୦ ଜଣ ଛାତ୍ରଛାତ୍ରୀ ତଥା ନୋଡାଲ ଅଫିସର ରଂଜନ କୁମାର ମହାକୁଳ, ଗଣିତ ଅଧ୍ୟାପକ ସତ୍ୟ ନାରାୟଣ ପଟ୍ଟନାୟକ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତୃପ୍ତିମୟୀ ମଲ୍ଲିକ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଦିପ୍ତିମୟୀ ପ୍ରଧାନ, ରିଟେଲ ପ୍ରଶିକ୍ଷକ ସମରେନ୍ଦ୍ର ବୈଦ୍ୟ, ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷକ ଅମିୟ ରଂଜନ ସା ପ୍ରମୁଖ ସାମିଲ ରହି ଅଭିଯାନକୁ ସଫଳ କରାଇଥିଲେ। ଏହି ଅଭିଯାନଟି ପ୍ରାୟ ଦୁଇ କିଲୋମିଟର ଅର୍ଥାତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଜମନକିରା ପର୍ଯ୍ୟନ୍ତ ସାଫ ସଫେଇ ହୋଇଥିଲା। ସେଠାରେ ଡ. ସିଦ୍ଧାର୍ଥ ବେହେରା ତାଙ୍କର ଉଦବୋଧନରେ ଅସ୍ୱଚ୍ଛ ଯୋଗୁଁ ବ୍ୟାପୁଥିବା ରୋଗ ବିଷୟରେ ଧାରଣା ଦେବା ସଙ୍ଗେ ସଙ୍ଗେ କିପରି ନିଜକୁ ଓ ପରିବେଶକୁ ସ୍ୱଚ୍ଛ ରଖିବେ ସେନେଇ ବକ୍ତବ୍ୟ ମାଧ୍ୟମରେ ବୁଝେଇଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚତୁଃପାର୍ଶ୍ଵ ଫିନାଇଲ୍, ବ୍ଲିଚଂ ଇତ୍ୟାଦି ସିଞ୍ଚନ କରିବା ସହ ସଫାକରି ଅଭିଯାନକୁ ସଫଳ କରାଇଥିଲେ।