Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଦ୍ୟ ରନ୍ଧନ ପ୍ରତିଯୋଗିତା

ଧମା,ତା ୧୧. ୧୨,ଆଜି ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଆନୁକୁଲ୍ୟରେ ନୂଆ-ଓ,ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଖାଦ୍ଯ ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ଏବଂ ମା’ ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଲୟର ଅଧ୍ୟକ୍ଷ ଅନିଲ ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠାନର ପୂର୍ବତନ ପରିଚାଳନା ପରିଷଦର ଉପସଭାପତି ପରମାନନ୍ଦ ସିଟ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ମୋଟ ଚଉଦଟି ଦଳ ଦ୍ୱାରା ଛୟାଳିଶ ପ୍ରକାରର ଖାଦ୍ୟ ପରିବେଷିତ ହୋଇଥିଲା।ରବିନ୍ଦ୍ର ନାରାୟଣ ଠାକୁର,ସତ୍ୟନାରାୟଣ ଦାଶ,ସଂଗ୍ରାମ କେଶରୀ ମିଶ୍ର,ମିନତି ଦାଶ,ଦୀପ୍ତିରେଖା ପଣ୍ଡା,ସ୍ମାରକୀ ମାହାର,ସ୍ୱାତୀ ପତି,ମୌସୁମୀ ଷଢଙ୍ଗୀ,ଚୈତନ୍ଯ ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଏହି ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ। ଅନୁଷ୍ଠାନରେ ପ୍ରଥମକରି ଏତାଦୃଶ ପ୍ରତିଯୋଗିତାର ଆୟୋଜନ ହୋଇଥିବାରୁ ଉଭୟ ଛାତ୍ରଛାତ୍ରୀ ତଥା ଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଥିଲା।