Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବୀନ ଓଡ଼ିଶା ଯୁବ ଓଡ଼ିଶା “ନୂଆ – ଓ” କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ମଙ୍ଗଳବାର ନବୀନ ଓଡ଼ିଶା ଯୁବ ଓଡ଼ିଶା “ନୂଆ – ଓ” କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷା ଶ୍ରୀମତୀ ଦାଶ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଭାପତି ଶୋଭାରାମ ପାଧନ ଯୋଗଦେଇ ପତାକା ଅବତରଣ କରି କ୍ଷୀର ଢ଼ାଳି ମଶାଲ କୁ ଲିଭେଇ କ୍ରୀଡା ପ୍ରତିଯୋଗିତା କୁ ଉଦଯାପିତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଅଜିତ କୁମାର ନାୟକ, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ, ବଡରମା ସରପଞ୍ଚ ବିଜୟ କୁମାର ନାୟକ, ଜିଲ୍ଲା ସାମ୍ବାଦିକ ସଂଘ ( ଏସ ୟୁ ଯେ) ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ ପ୍ରମୁଖ ଯୋଗ ଦେଇ ଖେଳାଳି ଛାତ୍ରୀଛାତ୍ରଙ୍କୁ ଉଷାହିତ କରିଥିଲେ। ମଞ୍ଚକୁ ଅଧ୍ୟାପିକା ମଧୁସ୍ମିତା ବେହେରା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ତୃପ୍ତି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉଦଘାଟନୀ ଉତ୍ସବରେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଯୋଗଦାନ କରି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାକୁ ମଶାଲ ଜାଲିବା ସହ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତ ଭୋଇ, ଜିଲ୍ଲା ପରିଷଦ ଜୋନ-୧ ସଭ୍ୟା ସୁଜାତା ଖୁଣ୍ଟିଆ, ଯୁକ୍ତ ୩ ଡିଗ୍ରୀ କଲେଜ ଅଧକ୍ଷ ଅରୁଣ କୁମାର ପଟେଲ, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ, ସହ ଶିକ୍ଷା ଅଧିକାରିଣୀ ଦେବକୀ ନାୟକ, ସରପଞ୍ଚ ଶ୍ରୀ ନାୟକ, ବଚ କାଉ ପ୍ରମୁଖ ଯୋଗଦାନ କରି ଖେଳର ମହତ୍ତ୍ଵ ଅଧିକ ଥିବା ନେଇ ବକ୍ତବ୍ୟ ଓ ଗୁରୁତ୍ଵ ଥିବା ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଉଚ୍ଚ ଡିଆଁ, ଲମ୍ବଡିଆଁ, ଦୌଡ଼, ପୁଚି, ଫୁଟବଲ୍, କବାଡି, ଖୋଖୋ, ଡିଷକସ ଥ୍ରୋ, ଜାଭେଲିନ ଥ୍ରି ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଭୟ ଦିନ କ୍ରୀଡାରେ ଶିକ୍ଷକ ପ୍ରଦୀପ ପଟେଲ, ନାରାୟଣ ପ୍ରଧାନ, ଶିବ ନାରାୟଣ ବେହେରା, ପ୍ରିୟ ରଂଜନ ସାଥୁଆ, ତପନ ଖୁଣ୍ଟିଆ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଅଧ୍ୟାପିକା ସୁନୀତା ବେହେରା ସ୍ବାଗତ ସହ ମଞ୍ଚପରିଚାଳନା କରିଥିବା ବେଲେ ଅର୍ପିତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୃପ୍ତି ପଟେଲ, ମଧୁସ୍ମିତା ବେହେରା, ସଂଯୁକ୍ତା ମୁଦୁଲି, ମେଟ୍ରାନ ପ୍ରଭଞ୍ଜିନି ପଟେଲ, ଭିକାରୀ ଦେହୁରୀ, କିଶୋର ନାଏକ ଅଧ୍ୟାପିକା, ଅଧ୍ୟାପକ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ