Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁକ୍ତେଶ୍ଵର ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

ଜମନକିରା: ଜମନକିରା ବ୍ଲକ ବାବା ମୁକ୍ତେଶ୍ଵର ମନ୍ଦିର ପରିସରରେ ଆଜି ସାଢେ଼ ୧୧ଟା ସମୟରେ ମୁକ୍ତେଶ୍ଵର ସାହିତ୍ୟ ସଂସଦ ଓ ସୁବର୍ଣ୍ଣ ସ୍ମୃତି ଆନୁକୁଲ୍ୟରେ କବିତା ପାଠ କରାଯାଇଛି।
ଜମନକିରା ସାହିତ୍ୟ ସଂସଦ ଓ ସୁବର୍ଣ୍ଣ ସ୍ମୃତି ଆନୁକୁଲ୍ୟରେ ପଞ୍ଚ ବାର୍ଷିକ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂସଦର ସଭାପତି ମୁରଲୀଧର ନାଏକଙ୍କ ସଭାପତିତ୍ବରେ ସମ୍ମାନୀୟ ଅତିଥି ଭାବେ ପ୍ରଫୁଲ୍ଲ ମହାପାତ୍ର ଦେବଗଡ଼, ମୁଖ୍ୟ ବକ୍ତା ଭାବେ ଓମ୍ ପ୍ରକାଶ ଯୋଶୀ ଯୋଗଦାନ କରିଥିଲେ। ଏହି ଅବସରରେ ଦେବଗଡ଼, ସମ୍ବଲପୁର,ବରଗଡ ଓ ଝାରସୁଗୁଡ଼ା ଜିଲ୍ଲାରୁ ଅନେକ କବି ଓ କବୟିତ୍ରୀ ଯୋଗଦାନ କରିଥିଲେ। ଫାଶୀମାଲ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ଦଳବେହେରା କବିତା ପାଠର ସଂଯୋଜନା କରିଥିଲେ। କବି ଓ କବୟିତ୍ରୀ ମାନେ ନିଜସ୍ୱ ଲିଖିତ କବିତା ପଠନ କରିଥିଲେ। ସେଥିମଧ୍ୟରୁ ଅନେକ କବିତା ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କ ମନ୍ତ୍ର ମୁଗ୍ଧ କରିଥିଲା। ଏହି ଅବସରରେ ଅନେକ କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ସୁସ୍ମିତା ପଟେଲ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ