Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଷ୍ଣୁଦେବ ସାଏ ହେଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ଅରୁଣ ସାଏ ଓ ବିଜୟ ଶର୍ମା

ରାୟପୁର: ଛତିଶଗଡ଼କୁ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ। ବୁଧବାର ବିଷ୍ଣୁଦେବ ସାଏ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ବିଷ୍ଣୁପଦଙ୍କୁ ପଦ ଓ ଗୋପନିୟତାର ଶପଥ ପାଠ କରାଇଛନ୍ତି। ଏହା ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଅରୁଣ ସାଓ ଏବଂ ବିଜୟ ଶର୍ମା ଶପଥ ନେଇଛନ୍ତି। ରାଜଧାନୀ ରାୟପୁରର ସାଇନ୍ସ କଲେଜ୍ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେପି ନଡ୍ଡା ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି।

ଗତ ରବିବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଛତିଶଗଡ଼ ରାଜ୍ୟ ବିଜେପି ଅଧ୍ୟକ୍ଷ ଭାବେ କାମ କରିଥିବା ଆଦିବାସୀ ନେତା ସାଏ(୫୯)ଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା। ଆଜି ଆୟୋଜିତ ଶପଥ ସମାରୋହରେ ୫୦ ହଜାରରୁ ଅଧିକ ଲୋକ ସାମିଲ୍ ହୋଇଥିଲେ। ଅଧିକରୁ ଅଧିକ ଲୋକେ କେମିତି ଶପଥ ସମାରୋହ ଦେଖି ପାରିବେ ସେଥିପାଇଁ ବଡ଼ ବଡ଼ ଏଲଇଡି ସ୍କ୍ରିନ ଲଗାଯାଇଥିଲା। ସୁରକ୍ଷା ବ୍ୟବସ୍ଥାରେ ପ୍ରାୟ ୧୦୦୦ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା।

ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ମୋଟ୍ ୯୦ ଆସନରୁ ୫୪ଟି ଜିତି ବିପୁଳ ବିଜୟ ହାସଲ କରିଥିଲା। ୨୦୧୮ରେ ୬୮ ସିଟ୍ ଜିତିଥିବା କଂଗ୍ରେସ ଏଥର ୩୫ ସିଟରେ ସୀମିତ ରହିଛି। ବିଜେପି ଏହି ନିର୍ବାଚନରେ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ନ ଥିଲା। ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବା ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଭିନ୍ନ ପ୍ରକାରର ଅଟକଳ ଲାଗି ରହିଥିଲା। ବହୁ ବିଚାର ବିମର୍ଶ ପରେ ବିଜେପି ଆଦିବାସୀ ନେତା ବିଷ୍ଣୁଦେବ ସାଏଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲା।