Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ଉଦଯାପିତ

ଜମନକିରା : କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧ ତାରିଖ ରୁ ଆରମ୍ଭ ହୋଇଥିବା ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ର ବୁଧବାର ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଅଛି। ପ୍ରାରମ୍ଭରେ ଉପସ୍ଥିତ ଅତିଥଥିଗଣ ମାଁ ସମଲେଶ୍ବରୀ ଙ୍କ ତୈଳଚିତ୍ର ରେ ଦୀପ ପ୍ରଜ୍ଜଳନ କରିଥିଲେ। ଏହି ଅବସର ରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନୀ ନାଏକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଯୁବ ଓଡିଶା ଓ ନବୀନ ଓଡିଶା କାଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭା ବିକଶିତ କରି ଉତ୍ତମ ମଣିଷ ହେବା ପାଇଁ ମାର୍ଗଦର୍ଶନ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, କୁଟୁରାଚୁଆଁ ନୋଡାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ ଓ ବାମରା ଜନ ୧ ର ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଟପୋ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମାନବ ସେବା ରେ ନିଜକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ସାମାଜିକ ,ସାଂକୃତିକ ଓ ଖେଳକୁଦ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟିର ପୂର୍ବତନ ସଂପାଦକ ହିମାଂଶୁ ମହାପାତ୍ର, ସଭ୍ୟ ନୃପଳାଳ ପଟେଳ ,ପୂର୍ବ ଛାତ୍ର ସଂସଦ ର ସଭାପତି ଅରୁଣ କୁମାର ପଟେଳ ପ୍ରମୁଖ ମଞ୍ଚାସିନ ଥିଲେ। ନୋଡାଳ ଅଧିକାରୀ କୃଷ୍ଣଚନ୍ଦ୍ର ପୂଝାରୀ ମଞ୍ଚ ପରିଚାଳନା କରିଥିବା ବେଲେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟାପିକା ଭାବନା ପାଣ୍ଡେ,ସାମାଜିକ ରେ ଅଧ୍ୟାପକ ସତ୍ୟନାରାରଣ ପଟେଳ ଓ ଖେଳକୁଦ ରେ ଅଧ୍ୟାପକ ସୁଧୀର କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉପସ୍ଥିତ ଅତିଥିଗଣ ବିଭିନ୍ନ ବିଭାଗ ରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ। ଏଥିରେ ଗ୍ରନ୍ଥାଗାରିକ ଦେବାନନ୍ଦ ମହାପାତ୍ର,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,କିରାଣୀ ଭେଷଜ ଗରଡିଆ,ଡିଇଓ ସମିନ ରଞ୍ଜନ ନାଏକ,ଜୟଦେବ ରାଉତ ଓ ଅସିମ ପରୁଆ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଭାବନା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ