ଲଦାଖକୁ ଆମେ ମାନ୍ୟତା ଦେଉନାହିଁ; ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତି ଉପରେ ଚୀନର ଦୁଃସାହାସ


ଭୁୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସଂସଦର ନିଷ୍ପତି ଉପରେ ସୁପ୍ରିକୋର୍ଟ ମୋହର ମାରି ସାରିଛନ୍ତି । ଏହାକୁ ନେଇ ପାକିସ୍ତାନ ପରେ ଏବେ ଚୀନ ରକ୍ତ ଚାଉଳ ଚୋବାଉଛି । ବୁଧବାର ଡ୍ରାଗନର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିିଛି । ଚୀନ ଦୁଃସାହାସ ଦେଖାଇ ଲଦାଖକୁ ନିଜର ବୋଲି ଦାବି କରିଛି । ଚୀନ କହିଛି ଯେ, ସେ ଭାରତର ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନେ ନାହିଁ । ଏହିପରି ଦ୍ୱିତୀୟ ଥର ଚୀନ ସୁପ୍ରିମକୋର୍ଟଙ୍କ ନିଷ୍ପତି ଉପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି । ଚୀନର କହିବା କଥା ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ୍ । ପ୍ରସଙ୍ଗରେ ଭାରତ ଓ ପାକିସ୍ତାନକୁ ଏକାଠି ବସି ଆଲୋଚନା କରିବା ଉଚିତ୍ ।

ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ସୁପ୍ରିମକୋର୍ଟ ନିଷ୍ପତି ପରେ ମଧ୍ୟ ଚୀନର ଆଭିମୁଖ୍ୟ ବଦଳିବ ନାହିଁ । ଚୀନ ସର୍ବଦା ମାନି ଆସିଛି ଯେ, ଭାରତ ଓ ଚୀନ ସୀମାର ପଶ୍ଚିମ ଅଂଶ ହେଉଛି ଆମର । ଚୀନ କେବେ ବି ଭାରତ ଏକତରଫା ଭାବେ କେନ୍ଦ୍ର ଶାସିତ ଅଂଚଳ କରିଥିବା ଲଦାଖକୁ କେବେ ବି ମାନ୍ୟତା ଦିଏ ନାହିଁ । ତେଣୁ ଏହି ପ୍ରସଙ୍ଗରେ ଆମର ଆଭିମୁଖ୍ୟରେ ପରିବର୍ତନ ଆସିବ ନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି । ଏହା ପୂର୍ବରୁ ୨୦୧୯ରେ ଧାରା ୩୭୦ ଉଚ୍ଛେଦକୁ ମଧ୍ୟ ଚୀନ ବିରୋଧ କରିଥିଲା ।

ଚୀନର ଏହି ବୟାନକୁ ଭାରତ ପିଲାଳିଆମୀ ବୋଲି କହିଛି ଭାରତ । କାରଣ ଭାରତ ସର୍ବଦା ଜାମ୍ମୁ-କାଶ୍ମୀର ଓ ଲଦାଖକୁ ନିଜର ଅବିଚ୍ଛେଦ୍ୟ ଅଙ୍ଗ ମାନି ଆସିଛି ଏବଂ ଏହା ତାର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏମିତି ମାମଲାରେ ପାକିସ୍ତାନ ହସ୍ତକ୍ଷେପ କରିବା କୂଟନୈତିକ ଭାବେ ମସ୍ତବଡ ଭୁଲ ହେବ ବୋଲି ଭାରତ କହିଛି । ମାଓନିଙ୍ଗ ଏହା ମଧ୍ୟ କହିଥିଲେ ଯେ, ଏହି ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ସମାଧାନ କରିବା ଉଚିତ୍ ।