Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ମହୋତ୍ସବ ସ୍ମରଣିକା କମିଟି ପକ୍ଷରୁ ଲୋକ ସାହିତ୍ୟିକ ଓ କଳାକାର ସମାବେଶ

ଜମନକିରା : ସମ୍ବଲପୁର ଲୋକ ମହୋତ୍ସବର ସ୍ମରଣିକା ଉପସମିତି ପକ୍ଷରୁ ସ୍ମରଣିକା ସମ୍ପାଦନା ମଣ୍ଡଳୀ ସଭ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ କୁଚିଣ୍ଡା ଆଇଟିଡିଏ ସଭାଗୃହରେ ଉପଖଣ୍ଡ ସ୍ତରୀୟ ଲୋକ ସାହିତ୍ୟିକ ଓ କଳାକାର ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଚିଣ୍ଡା ପ୍ରଶାସନ ପକ୍ଷରୁ ତହସିଲଦାର ପ୍ରସନ୍ନ ଟେଟେ ମୁଖ୍ୟ ଅତିଥି ଓ ଲୋକ ଲେଖକ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଲୋକ କଳା ଓ ଲୋକ ସାହିତ୍ୟ ଆମର ମୂଲ୍ୟବାନ ସମ୍ପଦ ଅଟେ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିରେ ସ୍ମରଣିକା କମିଟିର ଆବାହକ ଶିବଶଙ୍କର ପଧାନ, ସହ ଆବାହିକା ପ୍ରୀତି ଅଗ୍ରୱାଲା, ସମ୍ପାଦନା ମଣ୍ଡଳୀ ସଭ୍ୟ କୈଳାସ ମହାରଣା ଓ ଦଳିତ ସାହିତ୍ୟ ଏକାଡେମୀ ରାଜ୍ୟ ସଭାପତି ପ୍ରେମରାଜ ନିଆଲ ସିଂ ଅତିଥି ଭାବରେ ମଞ୍ଚାସିନ ହୋଇ କୁଚିଣ୍ଡା ଉପଖଣ୍ଡ ରୁ ଲୋକ କଳା ଓ ଲୋକ ସାହିତ୍ ର ଅଧିକ ଯୋଗଦାନ ପାଇଁ ଆହ୍ବାନ ଦେଇଥିଲେ। ଆଲୋଚନା ସଭାରେ ବାମରା ରୁ କବିୟତ୍ରି ରେବତୀ ପଟେଲ, ଆଦିବାସୀ ଲୋକ କଳାର ସଂଗଠକ ଖତୁନାଥ ପିଙ୍ଗ, ଶିବଶଙ୍କର ପଣ୍ଡା, ଜମନକିରା ବ୍ଲକରୁ ପ୍ରଧାନ ଶିକ୍ଷକ ରତନଲାଲ ସିଂ, ସଂସ୍କୃତି ସଂଗଠକ ମଳୟ ବେହେରା, ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦଳବେହେରା, କୁଚିଣ୍ଡାର କଂସ ମହାରାଜ ଅଭିନେତା ଓମ ପ୍ରକାଶ ପଟେଲ, ସିନେମା ଅଭିନେତା ଓ ପ୍ରଯୋଜକ ସଞ୍ଜୟ ପାତ୍ର, ଅଧ୍ୟାପକ କୃଷ୍ଣଚନ୍ଦ୍ର ପୁଝାରୀ, ଅଧ୍ୟକ୍ଷ ଚକ୍ରଧର ମାଝୀ, ଅଧ୍ୟାପକ ସତ୍ୟନାରାୟଣ ପଟେଲ, ଲେଖକ ରାମଚରଣ ରାୟ, ଆଶୀର୍ବାଦ ଷ୍ଟୁଡିଓ ପ୍ରୋପାଇଟର ପୂର୍ନେନ୍ଦୁ ମହାନ୍ତି, ଭଦ୍ର ଚରଣ କିସାନ, ପୂର୍ବତନ ଅଧ୍ୟକ୍ଷ କରୁଣା କର କିସାନ, ଝାରସୁଗୁଡ଼ାରୁ ଲିଙ୍ଗରାଜ ନାଏକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ନବୀନ ଚନ୍ଦ୍ର ଦାସ ପ୍ରମୁଖ ଆଲୋଚନା କରି ଲୋକ ମହୋତ୍ସବ କୁ ଆହୁରି ଜନାଭିମୁଖି କରିବାକୁ ଆହ୍ବାନ ଦେଇଥିଲେ। ଶେଷରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପିଂଗ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସ୍ଥଳରେ ମଧ୍ୟ ପ୍ରବନ୍ଧ ସଂଗୃହିତ ହୋଇଥିଲା। ପ୍ରାରମ୍ଭରେ ନାରୀ କଳାକାର ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ