Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ନବୀନ ଓଡ଼ିଶା ଯୁବ ଓଡ଼ିଶା “ନୂଆ – ଓ” କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଜମନକିରା : ଜମନକିରା ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ନବୀନ ଓଡ଼ିଶା ଯୁବ ଓଡ଼ିଶା “ନୂଆ – ଓ” କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଅଛି। ଉଦଯାପନୀ ଉତ୍ସବରେ ବିଡ଼ିଓ ରିନା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ବିଧାୟକ ଯୋଗଦେଇ ପତାକା ଅବତରଣ କରି କ୍ଷୀର ଢ଼ାଳି ମଶାଲ କୁ ଲିଭେଇ କ୍ରୀଡା ପ୍ରତିଯୋଗିତା କୁ ଉଦଯାପିତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ, ଉପାଧକ୍ଷ ରୋହିତ କୁମାର ଭୋଇ, ବଡରମା ସମିତି ସଭ୍ୟ ଅଶୋକ ବାଘ, ଧୁଡ଼ିପାଲି ସରପଞ୍ଚ ଅରୁଣ କୁମାର ନାୟକ ପ୍ରମୁଖ ମଞ୍ଚାସିନ ରହି କୃତୀ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅର୍ଥରାଶି ଚେକ୍, ଟ୍ରଫି ଏବଂ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ସେହିପରି ଗତ ୧୧ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଖେଳ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ମଧ୍ୟ ଉପରୋକ୍ତ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଗଣ ଉପସ୍ଥିତ ଥିଲେ। ଏଥିରେ ହକି, କ୍ରିକେଟ, ଫୁଟବଲ, ଭଳିବଲ, କବାଡି, ଖୋକୋ ଆଦି ଖେଳ ଅନୁଷ୍ଟିତ ହୋଇଥିଲା। ଜମନକିରା ବ୍ଲକର l ଏ ସମସ୍ତ ଖେଳ ଜମନକିରା ବ୍ଲକ ଅନ୍ତର୍ଗତ କୁଳୁଣ୍ଡି, ଖରସନମାଳ, ଭୋଜପୁର, ଷଣ୍ଢପଥର, ଗୁଲୁଜିପାଲି, ଖୁଣ୍ଟୁଲାବହାଲ, ସୁବର୍ଣ୍ଣପାଲି, ଗୁଣ୍ଡୁରୁଚୁଆ, ଜମନକିରା, ଡିମିରିମୁଣ୍ଡା ଆଦି ୧୦ଟି ସ୍ଥାନରେ କ୍ରୀଡା ପ୍ରତିଯୋଗିତା ହୋଇଥିଲା। ପୁରୁଷ ଓ ମହିଳା ବର୍ଗରୁ ଖେଳ ହୋଇଥିବା ବେଳେ ପୁରସ୍କାର ରାଶି ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅତିଥି ଗଣ ଯୋଗଦାନ କରି ପାଠ ପଢିବା ସାଙ୍ଗକୁ ଖେଳର ମଧ୍ୟ ଅଧିକ ମହତ୍ତ୍ଵ ଥିବା ନେଇ ବକ୍ତବ୍ୟ ମାଧ୍ୟମରେ ଖେଳାଳି ମାନଙ୍କୁ ବୁଝାଇଥିଲେ। ଏଥିରେ ବ୍ଲକ ତଥା ପଞ୍ଚାୟତ ସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ