Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ୨୧ରେ କୁଚିଣ୍ଡା ବନ୍ଦ ଡାକରା

ଜମନକିରା : କୁଚିଣ୍ଡା ଉପଖଣ୍ଡ କୁ ଏକ ଜିଲ୍ଲା କରିବା ପାଇଁ ୩୦ ବର୍ଷ ଧରି ରହିଥିବା ଦାବି ପାଇଁ ଆଗାମୀ ୨୧ ତାରିଖ କୁଚିଣ୍ଡା ଉପଖଣ୍ଡ ବନ୍ଦ ପାଇଁ କୁଚିଣ୍ଡା ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ର ପ୍ରତିନିଧି ମୂଳକ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। କୁଚିଣ୍ଡା ବାର ସଭାପତି ତଥା କୁଚିଣ୍ଡା ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟିର ଆବାହକ ପ୍ରମୋଦ ଛୁରିଆ, କୁଚିଣ୍ଡା ବିଜେଡି ନଗର ସଭାପତି ନବୀନ ହୋତା, କୁଚିଣ୍ଡା ବିଜେପି ନଗର ସଭାପତି କାହ୍ନୁ ଚରଣ ନାୟକ, ଆପ ସଭାପତି ରାଜ କିଶୋର ଦେବତା , କଂଗ୍ରେସ ସଭାପତି ଅଖିଲ ପ୍ରତାପ ସିଂ,କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ନାୟକ, ରାଜେଶ ଶର୍ମା, ରଞ୍ଜନ ମହାପାତ୍ର,ଗଗନ ଶର୍ମା,ପ୍ରଭାତ ବେହେରା, ତନୟ ମହାପାତ୍ର, ସୌମ୍ୟ ରଞ୍ଜନ ଧଳ, ରମାକାନ୍ତ ମହାକୂଳ, ବିଜେପି ନଗର ଉପସଭାପତି ମହେଶ ରାୟ, ଓକିଲ ସଚିଦା ଶର୍ମା, ଅକ୍ଷୟ ସାହୁ,ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣା କିସାନ ଗଙ୍ଗାଧର ନାୟକ , ଭବାନୀ ନାୟକ, ବନମାଳୀ ନାୟକ,ଖଟୁ ନାଥ ପିଂଗ ପ୍ରମୁଖ ପ୍ରତିନିଧି ମୂଳକ ଭାବରେ ଉପସ୍ଥିତ ରହି ଏହି ନିଷ୍ପତ୍ତି ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ