Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୂରଶୁଣ୍ଢୀ ରେ ମା ମହାଲକ୍ଷ୍ମୀ ଙ୍କ ମନ୍ଦିର ପାଇଁ ଭୂମି ପୂଜା ଉତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଠାରେ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ନିର୍ମାଣ ପାଇଁ ଗୁରୁବାର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଗ୍ରାମର ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଅଣାଯାଇଥିଲା। ପରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧ୍ଵଜା ଓ ଶୁଭସ୍ତମ୍ଭ ଧରି ନାମ ସଂକୀର୍ତ୍ତନ ପୂର୍ବକ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଜା କମିଟିର ସମସ୍ତ ସଦସ୍ୟ , ଗ୍ରାମବାସୀ , ବିଭିନ୍ନ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଶୋଭାଯାତ୍ରା ମନ୍ଦିର ନିର୍ମାଣ ସ୍ଥାନରେ ପହଞ୍ଚିବା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରେମାନନ୍ଦ ଜଟି ଓ ତାଙ୍କ ଧର୍ମପତ୍ନୀ ସ୍ନେହାରାଣୀ ଜଟି ଏଥିରେ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବାବେଳେ ପୂଜକ ଭାବେ ପଣ୍ଡିତ ସଦାନନ୍ଦ ପଣ୍ଡା , ସଚ୍ଚିଦାନନ୍ଦ ପଣ୍ଡା , ବନମାଳୀ ଚାନ୍ଦ , ପ୍ରଦୀପ ରଥ ଓ ଜଗନ୍ନାଥ ମନ୍ଦିରର ପୂଜକ ପ୍ରକାଶ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । ଲକ୍ଷ୍ମୀ ପୂଜା କମିଟିର ସଭାପତି ଲବକୁମାର ସାହୁ , ଉପସଭାପତି ଧନଞ୍ଜୟ ସାହୁ , ସମ୍ପାଦକ ତ୍ରୟଞ୍ଜିବ ମିଶ୍ର , ସହସମ୍ପାଦକ ବିଦ୍ୟାଧର ଖୁର୍ଡିଆ , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି , ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ ଓ କୁଶ ସାହୁ ପ୍ରମୁଖ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ରଘୁନାଥ ଜଗଦଲା , ସାଂସଦ ପ୍ରତିନିଧି ନାଳୀନି ପ୍ରଧାନ , ସ୍ଥାନୀୟ ସରପଞ୍ଚ ମନୋଜ ସାହୁ , ସମିତିସଭ୍ୟା ରୀତା ଗର୍ଡିଆ , ପ୍ରତିଷ୍ଠିତ ମଞ୍ଚ କଳାକାର ଗୋପାଳ ପଣ୍ଡା ଙ୍କ ସମେତ ଅନେକ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ