ସମବାୟ ବ୍ୟାଙ୍କ ସେବା ଓ ଋଣ ମେଳା ଅନୁଷ୍ଠିତ
 
        ଜମନକିରା: ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ମାର୍କେଟ ୟାର୍ଡ ପ୍ରାଙ୍ଗଣରେ ଫାଶୀମାଲ ଲ୍ୟାମ୍ପସ ତରଫରୁ ସୁଦର୍ଶନ କିଶାନଙ୍କ ସଭାପତିତ୍ବରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଇ କର୍ମଶାଳାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ କୁଚିଣ୍ଡା ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟବକ୍ତା ଏବଂ ପଂଚାୟତ ସମିତି ଅଧକ୍ଷା ଆଶ୍ରିତା ଭୋଇ, ଭବାନୀ କାନ୍ତ ନାଏକ,ଜମନକିରା କୃଷି ଅଧିକାରୀ ଲୋଚନ ମାଝୀ, ଏଡଭୋକେଟ ସଞ୍ଜୟ ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ମଳୟ ବାରିକ ମଞ୍ଚ ପରିଚାଳନା ଦାୟିତ୍ଵ ତୁଲାଇଥିଲେ।
ଆଜିର ଏହି କର୍ଯ୍ୟକ୍ରମରେ ତିରିଶ ଜଣ ଚାଷୀଙ୍କୁ ବର୍ଷୀୟାନ, ସମବାୟବିତ, ସମବାୟ ଶ୍ରୀ,ସମବାୟ ସାଥୀ ଏବଂ ସମବାୟ ବନ୍ଧୁରେ ସମ୍ମାନିତ କରି ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।
ରାଜ୍ୟ ସରକାର କୃଷକ ମାନଙ୍କ ପାଇଁ ଆଣି ଥିବା ବିଭିନ୍ନ ଯୋଜନା ବିଷୟରେ ଅତିଥି ଗଣ ଚାଷୀ ମାନଙ୍କୁ ଅବଗତ କରାଇ ଥିଲେ।
ଏଇ କର୍ମଶାଳାରେ ଶତାଧିକ ଚାଷୀଙ୍କ ଆଗମନ ହୋଇଥିବା ଦେଖିବାକୁ ମିଳିଥିଲା। ଲ୍ୟାମ୍ପସ କର୍ମଚାରୀ କୁଶଲାଲ ପଟେଲ, ହରିପ୍ରସାଦ ନାଏକ, ସନ୍ତୋଷ ପ୍ରଧାନ, ହରେକୃଷ୍ଣ ରାଉତ, ଶ୍ରୀପତି ବାରିକ, ବିନୋଦ ପରୁଆ ଏବଂ ଜମନକିରାର ଆଦିପ୍ରସାଦ ମହାକୁଲଙ୍କ ସହଯୋଗରେ କର୍ମଶାଳା ଟି ଅତ୍ୟନ୍ତ ସୁଚାରୁ ରୂପେ ପରିଚାଳିତ ହୋଇଥିଲା।


 
                        
 
                                 
                                 
                                 
                                 
                                