ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଭୁତିଆପାଲି ସ୍ଥିତ ପରମେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରେଆର ସୋନପୁର ତରଫରୁ’ ଯୁବ ଓଡିଶା ନବୀନ ଓଡିଶା ‘ ଅନ୍ତର୍ଭୁକ୍ତ ଯୁବ ବିକାଶ କାର୍ଯ୍ୟକ୍ରମରେ ଏକ ଖାଉଟି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ଅଧ୍ୟାପକ ବନମାଳୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଖାଉଟି ସୁରକ୍ଷା ଆଇନ ୨୦୧୯ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ l ଖାଉଟି ଠକେଇର ଶିକାର ହେଲେ ଖାଉଟି ଅଦାଲତ ର ଆଶ୍ରୟ ନେଇ ପାରିବେ ବୋଲି କହିବା ସହ ଜିନିଷ କିଣିଲା ସମୟରେ ବିଲ ମାଗିବାକୁ ପରାମର୍ଶ ଦେଇଥିଲେ l ରେଆର କର୍ମୀ ସୁଦାମ ଗାଇଗରିଆ ଖାଉଟି ପରାମର୍ଶ କେନ୍ଦ୍ର ବିଷୟରେ ସୂଚନା ପ୍ରଦାନ କରିଥିଲେ l ଶେଷରେ ଅଧ୍ୟାପକ ସଞ୍ଜୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ ଶିବିରରେ କଲେଜ ର ସମସ୍ତ ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଆଦି ଉପସ୍ଥିତ ଥିଲେ I
ଭୁତିଆପାଲି କଲେଜରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେୟାର ତରଫରୁ ଖାଉଟି ସଚେତନତା ଶିବିର
